କରୋନା କବଳରେ ସାରା ବିଶ୍ୱ: ସୁସ୍ଥତା ହାରରେ ଭାରତର ସ୍ଥାନ ଦ୍ୱିତୀୟ; ୭୮% ରୋଗୀ ହେଉଛନ୍ତି ସୁସ୍ଥ, ୮୩ % ସୁସ୍ଥ ହାର ସହ ଶୀର୍ଷରେ ବ୍ରାଜିଲ

332

କନକ ବ୍ୟୁରୋ: କରୋନା ଭୂତାଣୁ କବଳରେ ସାରା ବିଶ୍ୱ । ଏଯାଏଁ ଏହି ମହାମାରୀରେ ୨ କୋଟି ୯୪ ଲକ୍ଷ ୩୭ ହଜାର ୫୯୧ ଜଣ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୩୨ ହଜାର ୬୫୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ କୋଟି ୧୨ ଲକ୍ଷ ୭୩ ହଜାର ୩୦୪ ଜଣ ସୁସ୍ଥ ହୋଇ ସାରିଥିବା ଜଣାପଡିଛି । ହିସାବ ଅନୁସାରେ ସାରା ବିଶ୍ୱରେ ସୁସ୍ଥ ହାର ୭୨.୨୬ ପ୍ରତିଶତ ରହିଛି । ଅନ୍ୟପଟେ ଏହି ହାରର ଶୀର୍ଷରେ ରହିଛି ବ୍ରାଜିଲ । ଏଠାରେ ସୁସ୍ଥ ହାର ୮୩ ପ୍ରତିଶତ ରହିଛି ।

ସୁସ୍ଥତା ହାରର ଦ୍ୱିତୀୟ ସ୍ଥାନରେ ରହିଛି ଭାରତ । ୱାଲ୍ଡୋ ମିଟର ଅନୁସାରେ ଯାଏଁ ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୯ ଲକ୍ଷ ୨୬ ହଜାର ୯୧୪ ରହିଛି । ସେଥି ମଧ୍ୟରୁ ୩୮ ଲକ୍ଷ ୫୬ ହଜାର ୨୪୬ ଜଣ ସୁସ୍ଥ ହୋଇଛନ୍ତି । ଏହାର ହାର ରହିଛି ୭୮ ପ୍ରତିଶତ । ଏନେଇ ଗତକାଲି ସଂସଦରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମଧ୍ୟ ସୂଚନା ଦେଇଥିଲେ । ଅନ୍ୟପଟେ ଆକ୍ରାନ୍ତ ସଂଖ୍ୟା ତାଲିକାରେ ଶୀର୍ଷରେ ଥିବା ଆମେରିକାରେ ସୁସ୍ଥତା ହାର ମାତ୍ର ୬୦ ପ୍ରତିଶତ ରହିଛି ।