କରୋନାର ପ୍ରଥମ ଡୋଜ୍ ନେବା ପରେ କେତେ ସୃଷ୍ଟି ହେଉଛି ରୋଗ ପ୍ରତିରୋଧକ ଶକ୍ତି ? ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ୪ହଜାର ୨୯୬ଜଣଙ୍କ ଉପରେ ଗବେଷଣା

558

କନକ ବ୍ୟୁରୋ : କରୋନାର ପ୍ରଥମ ଡୋଜ୍ ନେବା ପରେ କେତେ ସୃଷ୍ଟି ହେଉଛି ରୋଗ ପ୍ରତିରୋଧକ ଶକ୍ତି  । ଷ୍ଟଡିରୁ ଜଣାପଡିଛି ଯେ, କରୋନା ମୁକାବିଲା ପାଇଁ ଆବଶ୍ୟକ ପ୍ରତିରୋଧକ ଶକ୍ତି ଦେଉନାହିଁ ପ୍ରଥମ ଡୋଜ୍ ଟିକା । ପ୍ରଥମ ଟିକା ନେବା ପରେ ମିଳୁଛି ଅତି କମ୍ ପ୍ରତିରୋଧକ ଶକ୍ତି । ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ୪ହଜାର ୨୯୬ଜଣଙ୍କ ଉପରେ ଗବେଷଣା କରାଯାଇଥିଲା ।

କରୋନର ଦ୍ୱିତୀୟ ୱେଭ ସମୟରେ ମାର୍ଚ୍ଚ ୧ରୁ ୩୧ ମଧ୍ୟରେ ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ଷ୍ଟଡି କରାଯାଇଥିଲା । ଏଥିରୁ ଜଣାପଡ଼ିଥିଲା ଯେ ଯେଉଁମାନେ ଟିକା ନେଇନାହାନ୍ତି ଓ ପ୍ରଥମ ଡୋଜ୍ ନେଇଥିବା ଲକ୍ଷଣ ଥିବା ଏବଂ ଗୁରୁତର ହୋଇଥିବା ରୋଗୀଙ୍କ କ୍ଷେତ୍ରରେ ସେପରି କିଛି ପାର୍ଥକ୍ୟ ଦେଖିବାକୁ ମିଳୁନାହିଁ  । ଅଧ୍ୟୟନ ଅନୁଯାୟୀ ଟିକା ନେଇନଥିବା ସ୍ୱାସ୍ଥ୍ୟକର୍ମୀଙ୍କ ସଂଖ୍ୟା ୧୩.୯ ପ୍ରତିଶତ ବେଳେ ଟିକାକରଣର ଗୋଟିଏ ମାତ୍ର ଡୋଜ୍ ନେଇଥିବା ସ୍ୱାସ୍ଥ୍ୟକର୍ମୀଙ୍କ ସଂଖ୍ୟା ୧୨.୩ ପ୍ରତିଶତ ଥିଲା । ସେହିପରି ପ୍ରଥମ ଡୋଜ୍ ନେବା ପରେ ଗୁରୁତର ଆକ୍ରାନ୍ତ ୨ ପ୍ରତିଶତ ହେଉଥିବା ବେଳେ ୩.୩ ପ୍ରତିଶତ ଟିକା ନେଇନଥିବା ସ୍ୱାସ୍ଥ୍ୟକର୍ମୀ ଗୁରୁତର ହେଉଛନ୍ତି  ।