ଚୀନ୍ ସହ ସଙ୍ଗାତ ବସିବ ବୋଲି ନିଜ ନାଗରିକଙ୍କ ଶତ୍ରୁ ସାଜୁଛି ପାକିସ୍ତାନ : ଚୀନ୍ ରେ ଫସିଥିବା ପାକିସ୍ତାନ ନାଗରିକ କହିଲେ , “ଲାଜ କର ସରକାର , ଭାରତଠୁ କିଛି ଶିଖ” ।

781

ଚୀନ୍ ର ବୁହାନରେ କରୋନା ଭାଇରସ୍ ଆତଙ୍କରେ ଭୟଭିତ ଲୋକ । ଏପର୍ଯ୍ୟନ୍ତ ୪୨୫ ଜଣଙ୍କ ମୁଣ୍ଡ ଗଡାଇଥିବା ଏହି ଭାଇରସ୍ ଆହୁରି ୨୦ ହଜାର ଲୋକଙ୍କୁ ନିଜ ଆକ୍ରୋଶରେ ଜାବୁଡି ଧରି ରଖିଛି । ଯିଏ ଭାଇରସ୍ ରେ ଆକ୍ରାନ୍ତ ହୋଇନାହାନ୍ତି ସେମ।।ନ ନିଜ ଜୀବନ ବଂଚାଇ ଅନ୍ୟତ୍ର ସ୍ଥାନାନ୍ତରିତ ହେଉଛନ୍ତି । କିନ୍ତୁ ଚୀନ୍ ସହ ଏକଜୁଟ ଥିବା ଦେଖାଇବାକୁ ପାକିସ୍ତାନ ନିଜ ନାଗରିକଙ୍କୁ ସେଠାରୁ ବାହାର କରୁନାହିଁ । ଚୀନ୍ ସହ ମିତ୍ରତା କରିବ ବୋଲି ପାକିସ୍ତାନ ନିଜ ଲୋକଙ୍କ ପିଠିରେ ହିଁ ଛୁରୀ ଭୁସିଲା ଭଳି କାମ କରୁଛି । ପାକିସ୍ତାନର ଏଭଳି ମନୋବୃତ୍ତି ପାଇଁ ପାକ୍ ଜନତା ସରକାରଙ୍କ ପାଖରେ ଅସନ୍ତୋଷ ଜାହିର କରିଛନ୍ତି । ଭାରତ ସରକାରଙ୍କ ଦ୍ୱାରା ଭାରତୀୟଙ୍କୁ ଚୀନ୍ ରୁ ଉଦ୍ଧାର କଲାଭଳି ପାକିସ୍ତାନୀ ନାଗରିକଙ୍କୁ ମଧ୍ୟ ସେଠାରୁ ଉଦ୍ଧାର କରାଯାଉ ବୋଲି ଜନତା ସରକାରଙ୍କୁ ଅପିଲ୍ କରୁଛନ୍ତି ।

ଭାରତ ସରକାର ଶନିବାର ବୁହାନରେ ରହୁଥିବା ୩୨୪ ଜଣ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରି ଏୟାର୍ ଇଣ୍ଡିଆ ବିମାନରେ ସ୍ୱଦେଶ ଫେରାଇ ଆଣିଥିଲେ ଏବଂ ରବିବାର ୩୨୩ ଜଣ ନାଗରିକଙ୍କୁ ଭାରତ ଅଣାଯାଇଥିଲା । ଆପଣଙ୍କୁ କହିରଖୁଛୁ ପାକ୍ ସରକାର ପୂର୍ବରୁ ହିଁ କହିଥିଲେ ଯେ , ଚୀନ୍ ସହ ଏକଜୁଟ୍ ହେବା ପାଇଁ ସେ ପାକ୍ ନାଗରିକଙ୍କୁ ସ୍ୱଦେଶ ଫେରାଇ ଆଣିବେ ନାହିଁ । ଅନ୍ୟପକ୍ଷରେ ଭାରତ ସରକାରଙ୍କ ଏଭଳି ପଦକ୍ଷେପ ଦେଖି ପାକ୍ ସରକାର କ’ଣ କରିବେ ଜାଣିପାରୁନାହାନ୍ତି ।

ତେବେ ପାକ୍ ନାଗରିକ ଏବେ ସରକାରଙ୍କୁ ଗାଳି ଗୁଲଜ କରିବା ଆରମ୍ଭ କରିଦେଇଛନ୍ତି । ଭାରତ ସରକାରଙ୍କ ଠାରୁ କିଛି ଶିଖିବା ପାଇଁ ଉପଦେଶ ଦେଉଛନ୍ତି । ସୋସିଆଲ୍ ମିଡିଆରେ ଏଭଳି ଅନେକ ଭିଡିଓ ସେୟାର୍ ହେଉଛି ଯେଉଁଥିରେ ପାକ୍ ଛାତ୍ର ଭାରତୀୟ ଛାତ୍ରଙ୍କୁ ବସ୍ ରେ ବସୁଥିବା ଭିଡିଓ ସେୟାର୍ କରି ନିଜ ସରକାରଙ୍କୁ ଗାଳି କରୁଛନ୍ତି । ଏହି ଛାତ୍ରଙ୍କୁ ବସ୍ ଯୋଗେ ଏୟାରପୋର୍ଟ ଅଣାଯାଉଥିଲା । ଏହି ଛାତ୍ରଜଣକ ଭିଡିଓରେ କହୁଛନ୍ତି , ବୁହାନ୍ ବିଶ୍ୱବିଦ୍ୟାଳୟରୁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଭାରତ ଦୂତାବାସର ବସ୍ ଯୋଗେ ଏୟାରପୋର୍ଟ ନିଆଯିବ ସେଠାରୁ ସେମାନେ ସ୍ୱଦେଶ ଫେରିବେ । ଆଜି ବାଙ୍ଗଲାଦେଶ ଛାତ୍ରଛାତ୍ରୀ ମଧ୍ୟ ଏଠାରୁ ସ୍ୱଦେଶ ଫେରିଲେ କେବଳ ଆମେ ପାକିସ୍ତାନ ଛାତ୍ରଛାତ୍ରୀ ହିଁ ଏଠାରେ ଅଟକି ରହିଛୁ । ସରକାର ଆମକୁ “ମର କିମ୍ବା ବଞ୍ଚ ସେଠାରେ ହିଁ ରୁହ” ଟ୍ୟାଗ୍ ରେ ଛାଡିଦେଇଛନ୍ତି । ଆମେ ଏଠାରେ ଭାଇରସ୍ ରେ ଆକ୍ରାନ୍ତ ହୋଇ ମରିଗଲେ ବି ଆମ ସରକାର କିଛି ବି ସୁବିଧା ଦେବେନି କି ଏଠାରୁ ଆମକୁ ବାହାର କରିବେ ନାହିଁ । ପାକ୍ ସରକାର ଭାରତଠାରୁ କିଛି ଶିଖ , ଦେଖ ସେ ତାଙ୍କ ନାଗରିକଙ୍କ କେତେ ଯତ୍ନ ନେଉଛନ୍ତି ।