ଜୁଲାଇ ମାସରେ ହୁହୁ ହୋଇ ବଢ଼ୁଛି କରୋନା ସଂକ୍ରମଣ । ୨୧ ଦିନରେ ରାଜ୍ୟରେ ଚିହ୍ନଟ ହେଲେଣି ୧୧ ହଜାରରୁ ଅଧିକ ଆକ୍ରାନ୍ତ, ଗଲାଣି ୭୫ ଜଣଙ୍କ ଜୀବନ 

104

କନକ ବ୍ୟୁରୋ : ଜୁଲାଇ ମାସରେ ହୁ ହୁ ହୋଇ ବଢ଼ୁଛି କରୋନା ସଂକ୍ରମଣ । କେବଳ ଜୁଲାଇ ମାସର ୨୧ ଦିନରେ ରାଜ୍ୟରେ ୧୧ ହଜାର ୬୯୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜୁନ୍ ଶେଷରେ ରାଜ୍ୟର ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ୦୬୫ ଥିବାବେଳେ ଜୁଲାଇ ୨୧ ତାରିଖ ସୁଦ୍ଧା ଏହି ସଂଖ୍ୟା ୧୮ ହଜାର ୭୫୭ରେ ପହଁଚିଛି ।  ଅର୍ଥାତ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଦିନଠାରୁ ୧୦୫ ଦିନ ଭିତରେ ଯେତିକି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ମାତ୍ର ୨୧ ଦିନରେ ତାର ଦେଢ଼ଗୁଣରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି ।

ସେହିପରି ଜୁନ୍ ଶେଷରେ ରାଜ୍ୟର କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୫ ଥିବାବେଳେ ୨୧ ଦିନ ପରେ ଏହି ସଂଖ୍ୟା ୧୦୩ରେ ପହଁଚିଯାଇଛି । ସେପଟେ ଯଦି ସାରା ଦେଶ କଥା ଯଦି ହିସାବ କରାଯାଏ ତେବେ ତଥ୍ୟ କହୁଛି କେବଳ ଜୁଲାଇ ମାସରେ ୬ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜୁନ୍ ଶେଷ ବେଳକୁ ସାରା ଦେଶର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ୯୦ ହଜାର ଥିଲା । କିନ୍ତୁ ଏବେ ଏହି ସଂଖ୍ୟା ୧୨ ଲକ୍ଷ ଛୁଇବାକୁ ଯାଉଛି । ସେହିପରି ମୃତ୍ୟୁ ସଂଖ୍ୟା ୧୬ ହଜାର ଥିବାବେଳେ ବର୍ତମାନ ଏହି ସଂଖ୍ୟା ୨୮ ହଜାର ଟପି ଯାଇଛି ।

Comments are closed.