ଭାରତରେ ୫ ହଜାର ୧୯୪କୁ ବୃଦ୍ଧି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା; ୧୪୯ରେ ପହଁଞ୍ଚିଲା ମୃତକଙ୍କ ସଂଖ୍ୟା । ସୁସ୍ଥ ହୋଇ ଫେରିଲେଣି ୪୦୨ ଜଣ

522

କନକ ବ୍ୟୁରୋ: ଭାରତରେ ମୋଟ୍ କରୋନା ଆକ୍ରାନ୍ତ ସଂଖ୍ୟା ୫ ହଜାର ୧୯୪କୁ ବୃଦ୍ଧି ହୋଇଛି । ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୪୯ କୁ ବୃଦ୍ଧି ପାଇଛି । ଏବଂ ୪୦୨ ଜଣ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୧୦୧୮ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୬୪ଜଣଙ୍କର ମୃତ୍ୟୁ ହୋଇଛି । ତାମିଲନାଡୁରେ ୬୯୦ ଜଣଙ୍କର ମୃତ୍ୟୁ ହୋଇଛି । ଦିଲ୍ଳୀରେ ୫୭୬, ତେଲେଙ୍ଗାନାରେ ୩୬୪ ଜଣ ଆକ୍ରାନ୍ତ ରହିଛନ୍ତି ।

ଅନ୍ୟପଟେ, ପୁରା ବିଶ୍ୱରେ କରୋନା ଆକ୍ରାନ୍ତ ସଂଖ୍ୟା ୧୪ ଲକ୍ଷ ୩୦ ହଜାର ୪୫୩ ଅତିକ୍ରମ କରିଛି । ଏହା ମଧ୍ୟରେ ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୨ ହଜାର ୧୩୩କୁ ବୃଦ୍ଧି ହୋଇଛି । ବିଶ୍ୱରେ ଏବେ କରୋନାରେ ସବୁଠାରୁ ଅଧିକ ଆକ୍ରାନ୍ତ ରାଷ୍ଟ୍ର ହେଉଛି ଆମେରିକା । ଆମେରିକାରେ ଥମିବାର ନାଁ ଧରୁନି କରୋନା ଆତଙ୍କ । ଏହା ମଧ୍ୟରେ ଆମେରିକାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ଅନୁରୂପ ଭାବେ ବଢିଚାଲିଛି । ଆମେରିକାରେ କରୋନା ହଟସ୍ପଟ୍ ମଧ୍ୟରେ ରହିଛି ନ୍ୟୁୟର୍କ, ଡେଟ୍ରଏଟ୍ , ନ୍ୟୁଓରଲିନସ , କନେକ୍ଟିକଟ୍ ପ୍ରଭୃତି । ସବୁଠାରୁ ଜଟିଳ ସ୍ଥିତି ଦେଖାଦେଇଛି ନ୍ୟୁୟର୍କ ସହରରେ । ସେହିପରି ଆମେରିକା ପଛକୁ ରହିଛି ସ୍ପେନ୍ ଏବଂ ଇଟାଲି ।