ଘର ଭିତରେ ୫୦ କି.ମି.ର ଦୌଡ଼ ! ଭୁତାଣୁ ପାଇଁ ଘରୁ ବାହାରି ପାରିଲେନି ଧାବକ , ଘର ଭିତରେ ହିଁ ୫୦ କିଲୋମିଟରର ଦୌଡ ଲଗାଇ ଚର୍ଚ୍ଚାରେ ଧାବକ ।

318

ଚିନ୍ତା ବଢ଼ାଉଛି କରୋନା । ଯାହା ଏକ ମହାମାରୀ ରୂପ ଧାରଣ କରିସାରିଲାଣି । ଏଥିରେ ସଂକ୍ରମିତ ମୃତକଙ୍କ ସଂଖ୍ୟା ଥମିବାର ନାଁ ନେଉନାହିଁ । ଚୀନରେ ମହାମାରୀ କରୋନା ଭୂତାଣୁ ସଂକ୍ରମଣରେ ପ୍ରଥମ ବିଦେଶୀ ନାଗରିକଙ୍କ ଜୀବନ ଯାଇଛି । ହଂକଂରେ ଜଣେ ଆମେରିକୀୟ ନାଗରିକଙ୍କ ମୃତ୍ୟୁ ହୋଇଛି । ଚୀନରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୦୩ କୁ ବୃଦ୍ଧି ହୋଇଛି । ଆକ୍ରାନ୍ତ ସଂଖ୍ୟା ୩୪ ହଜାର ୫୪୬ କୁ ବୃଦ୍ଧି ହୋଇଛି । ଏହା ମଧ୍ୟରୁ ଅଧିକାଂଶ ଆକ୍ରାନ୍ତ ସଂଖ୍ୟା କେନ୍ଦ୍ର ହୁବେଇ ପ୍ରୋଭିନ୍ସରୁ ଅଛନ୍ତି । ସାରା ବିଶ୍ୱରେ କରୋନା ଆକ୍ରାନ୍ତ ସଂଖ୍ୟା ୩୪ ହଜାର ୮୦୦ କୁ ବଢିଯାଇଛି । କରୋନା ପ୍ରଭାବରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲାନି । ଲୋକମାନେ ନିଜର ଦୈନିକ କାର୍ଯ୍ୟକାରିତାକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଥିବା ଦେଖିବାକୁ ମିଳିଛି । ଖାସ୍ କରି ଚୀନରେ ରହୁଥିବା ଲୋକମାନେ କରୋନାକୁ ନେଇ ଅଧିକ ସଚେତନ ରହୁଛନ୍ତି । ଅଧିକତର ଲୋକ ମାସ୍କ୍ ପିନ୍ଧି କିମ୍ବା ଘର ଭିତରେ ରହି ନିଜ ସମୟ ଅତିବାହିତ କରୁଛନ୍ତି । ଏହାରି ମଧ୍ୟରେ ଜଣେ ଧାବକ ନିଜ ଫିଟନେସ ପାଇଁ ଘର ଭିତରେ ୫୦ କିଲୋମିଟର ଦୌଡ଼ି ଥିବା କହିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।

ଘଟଣାଟି ହେଉଛି ଚୀନର ପୂର୍ବ ପ୍ରାନ୍ତ ଝୋଜୀୟଙ୍ଗର ୟଙ୍ଗଝାଓ ସ୍ଥିତ ରହୁଥିବା ଜଣେ ଧାବକଙ୍କର । ଧାବକ ଜଣକ ହେଲେ ପେନ୍ ସାଞ୍ଚୁ । ପେନ୍ ଙ୍କୁ ନିଜ ଫିଟନେସ ପାଇଁ ଘର ଭିତରେ ଦୌଡ଼ ଲଗାଇବାକୁ ପଡୁଛି । ସୂଚନାଯୋଗ୍ୟ, ଚାଇନିଜ୍ ମେଡିମିସ୍ ହେଲଥ୍ ଥେରାପିଷ୍ଟରେ କାର୍ଯ୍ୟରତ । ସେ ପୂର୍ବରୁ ୨ ଘଣ୍ଟା ୫୯ ମିନିଟର ମାରାଥନ୍ ଦୋୖଡି ସାରିଛନ୍ତି । ସେ ନିଜ ୱିବୋ ପୋଷ୍ଟରେ ଲୋ ଲେଖିଛନ୍ତି , କରୋନା ଭାଇରସ୍ କାରଣରୁ ମୁଁ କିଛି ଦିନ ହେବ ବାହାରକୁ ବାହାରି ପାରୁନାହିଁ । ସେଥିପାଇଁ ଘର ଭିତରେ ୪ ଘଣ୍ଟା ୪୮ ମିନିଟ୍ ୪୪ ସେକେଣ୍ଡ ଅତିକ୍ରମ କରିସାରିଛି । ଯାହା ପାଖାପାଖି ୫୦ କିମି ଦୂରତା ବିଶିଷ୍ଟ ହେବ । ସୂଚନା ଅନୁଯାୟୀ, ଚୀନରେ ଅଧିକାଂଶ ଲୋକ ଦୌଡ଼ିବାକୁ ପସନ୍ଦ କରିଥାନ୍ତି । ଏଠାରେ ପ୍ରତିଦିନ ପାଖାପାଖି ୨ କୋଟି ୫୦ ଲକ୍ଷ ଲୋକ ଦୌଡିଥାନ୍ତି । କିନ୍ତୁ ବିଗତ କିଛି ଦିନ ହେବ କରାେନା ଭାଇରସ ବ୍ୟାପିବା ଫଳରେ ଚୀନ ଲୋକଙ୍କୁ ଘରୁ ବାହାରିବା ଅସମ୍ଭବ ହୋଇପଡିଛି। କିନ୍ତୁ ଏହି ବ୍ୟକ୍ତି ଜଣଙ୍କ ସୁରକ୍ଷିତ ରହି ଘର ଭିତରେ ଦୌଡ଼ିବାର ଉପାୟ ବାହାର କରିଛନ୍ତି । ଏହାକୁ ସେ ନିଜ ୱିବୋ ଆକାଉଣ୍ଟ ଜରିଆରେ ସମସ୍ତଙ୍କୁ ଜଣାଇଛନ୍ତି । ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

Comments are closed.