କରୋନା କବଳରେ ଗୁଗଲ୍ କର୍ମଚାରୀ : ବାଙ୍ଗାଲୋରରେ କରୋନା ଭୂତାଣୁରେ ଆକ୍ରାନ୍ତ ହେଲେ ଗୁଗଲ୍ କର୍ମଚାରୀ ।

630

ବେଙ୍ଗାଲୁରୁରେ କରୋନା ଭୂତାଣୁ ସଂକ୍ରମଣର ଶିକାର ହୋଇଛନ୍ତି ଗୁଗଲ କର୍ମଚାରୀ । ଗୁଗଲର ଜନୈକ କର୍ମଚାରୀଙ୍କ ନମୂନା ପରୀକ୍ଷା କରାଯିବା ପରେ ଏହା ସ୍ପଷ୍ଟ ହୋଇଛି । ଏହା ସହିତ ଭାରତରେ କରୋନା ସଂକ୍ରମଣ ସଂଖ୍ୟା ୭୬ କୁ ବୃଦ୍ଧି ହୋଇଛି । ଗୁଗଲର ବେଙ୍ଗାଲୁରୁ ଫାର୍ମରେ ଏହି କର୍ମଚାରୀ ଜଣକ କାମ କରନ୍ତି । ତାଙ୍କ ଠାରେ କରୋନା ଭୂତାଣୁ ଠାବ ହେବା ପରେ ପୁରା ଫାର୍ମରେ କାମ କରୁଥିବା ଶତାଧିକ କର୍ମଚାରୀଙ୍କ ଉପରେ ରଖାଯାଇଛି କଡା ନଜର ।

ଗୁଗଲର କର୍ମଚାରୀ ଜଣକ ନିକଟରେ ବିଦେଶ ଗସ୍ତରେ ଯାଇଥିଲେ । ଏବେ ସେ ଅସୁସ୍ଥ ହେବା ପରେ ତାଙ୍କ ଠାରେ କରୋନା ଭୂତାଣୁ ଠାବ ହୋଇଛି । କରୋନା ଭୂତାଣୁ ଠାବ ହେବା ପରେ ତାଙ୍କୁ କ୍ୱାରଂଟାଇନରେ ରଖାଯାଇଛି । ସେଠାରେ ଅତି କମରେ ୧୪ ଦିନ ପାଇଁ ଏବେ କଡା ନୀରିକ୍ଷଣରେ ସେ ରହିବେ ।