ଟିକାକରଣକୁ ନେଇ ବିହାର ସୀତାମଢିରେ ଖଣ୍ଡଯୁଦ୍ଧ : ୧୨ ରୁ ଅଧିକ ଆହତ, ଘଟଣାସ୍ଥଳରେ ସ୍ୱତନ୍ତ୍ର ସୁରକ୍ଷା କର୍ମୀ 

71

କନକ ବ୍ୟୁରୋ : କୋଭିଡ ଟିକାକରରଣକୁ ନେଇ ବିହାର ସୀତାମଢି ଜିଲ୍ଲା ଭଟୋଲିଆ  ଇଲାକାରେ ତୁମୁଳ କାଣ୍ଡ ହୋଇଛି । ଆଗ କିଏ ଟିକା ନେବ  ଏହାକୁ ନେଇ  ଲୋକଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା ପରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ୧୨ରୁ ଅଧିକ  ଲୋକ ଗୁରୁତର ହୋଇଥିବାବେଳେ ଅନ୍ୟ କିଛି ଆହତ ହୋଇଛନ୍ତି । ଟିକାକରଣ କରିବା ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟକର୍ମୀ ଜୀବନ ବଂଚାଇବାକୁ ସେଠାରୁ ପଳାଇଥିଲେ । ଖବର ପାଇଁ ଏକ ପ୍ଲାଟୁନ୍ ପୋଲିସ୍ ସେଠାରେ ପହଂଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ । ସୂଚନା ମୁତାବକ, ଯଦିଓ ଏଠାରେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି ତଥାପି ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଉପୁଜେ ଏଠାରେ ସ୍ୱତନ୍ତ୍ର ପୋଲିସ୍ ଫୋର୍ସ ମୁତୟନ କରାଯାଇଛି  ।