ଓଡ଼ିଶାରେ ପହଞ୍ଚିଲା କରୋନା ଟିକା । ସେରମ ଇନଷ୍ଟିଚ୍ୟୁଟରୁ ଆସିଲା କୋଭିସିଲ୍ଡ ଟିକା ।

122

କନକ ବ୍ୟୁରୋ : କରୋନା କାଳରେ ସବୁଠୁ ବଡ ଖବର । ଓଡ଼ିଶାରେ ପହଞ୍ଚିଲା କରୋନା ଟିକା । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା କୋଭିସିଲ୍ଡ ଟିକା । ପୁଣେର ସେରମ ଇନଷ୍ଟିଚ୍ୟୁଟରୁ ଟିକା ଆସିଥିବା ବେଳେ ଏହା ଏବେ ଓଡ଼ିଶାରେ ପହଞ୍ଚିଛି । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାକୁ ୪୦ ହଜାର ୮୦୦ ଭାୟାଲ ପଠାଇଛି ସେରମ । ଏହି ସମସ୍ତ ଟିକାକୁ ପ୍ରଥମେ ରାଜ୍ୟ ଔଷଧ ନିଗମରେ ରଖାଯିବ । ଆଉ ଏହିଠାରୁ ସମସ୍ତ ଜିଲ୍ଲାକୁ ପଠାଯିବ ।

ପ୍ରାଥମିକ ପର୍ଯ୍ୟାୟରେ ଯେତିକି ସଂଖ୍ୟାରେ ଟିକା ଆସିଛି ସେହି ଅନୁଯାୟୀ ବିଭିନ୍ନ ଜିଲ୍ଲା ଗୁଡିକ ପଠାଯିବ । ଖାସକରି ପ୍ରାଥମିକ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ତଥା କୋଭିଡ଼ ଯୋଦ୍ଧାଙ୍କୁ ଦିଆଯିବ ଟିକା । ତେବେ ଆବଶ୍ୟକୀୟ ସଂଖ୍ୟାରେ ଟିକା ନ ପହଞ୍ଚିଲେ ପ୍ରଥମେ ବୟସ୍କ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ । ଆସନ୍ତା ୧୬ ତାରିଖରେ ପ୍ରାୟ ୧୬୦୦ ଲୋକଙ୍କୁ ଟିକା ଦିଆଯିବ । ଆଉ ଏଥିପାଇଁ ଜିଲ୍ଲା ସ୍ତରରେ ପ୍ରସ୍ତୁତି ଶେଷ ହୋଇଛି ।