ଶ୍ରୀମନ୍ଦିର ସେବାୟତଙ୍କୁ କରୋନା ଟିକା ଦେବାକୁ ଅନୁରୋଧ । ସ୍ୱାସ୍ଥ୍ୟବିଭାଗକୁ ଚିଠି ଲେଖି ଶ୍ରୀମନ୍ଦିର ପ୍ରଶାସନର ଅନୁରୋଧ । ୫ଶହ ସେବାୟତଙ୍କୁ ଭ୍ୟାକସିନ ପାଇଁ କଲେ ଦାବି

77

କନକ ବ୍ୟୁରୋ: ଶ୍ରୀମନ୍ଦିର ସେବାୟତଙ୍କୁ କରୋନା ଟିକା ଦେବାକୁ ଅନୁରୋଧ । ଜଗନ୍ନାଥ ମନ୍ଦିର ସେବକ ଓ ତାଙ୍କ ପରିବାର ସଦସ୍ୟଙ୍କୁ କୋଭିଡ ଟିକା ପ୍ରଦାନ ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ । ପ୍ରତିଦିନ ମନ୍ଦିରକୁ ହଜାର ହଜାର ଲୋକ ଆସୁଥିବାର କରୋନା ସଂକ୍ରମଣର ଭୟ ରହିଛି ।

ଭକ୍ତଙ୍କ ସଂସ୍ପର୍ଶରେ ଆସୁଥିବା ସେବାୟତମାନେ କୋଭିଡ ସଂକ୍ରମଣରେ ସଂକ୍ରମିତ ହେବାର ଆଶଙ୍କା ରହିଛି । ତେଣୁ ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ନହେବ, ସେଥିପାଇଁ ସମସ୍ତ ସେବକ ଓ ତାଙ୍କ ପରିବାର ସଦସ୍ୟକୁ ଅଗ୍ରାଧିକାର ଭିର୍ତ୍ତିିରେ କୋଭିଡ ଟିକା ଦେବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରସ୍ତାବ ଦେଇଛନ୍ତି । ଶ୍ରୀମନ୍ଦିର ପ୍ରଶାସନର ପ୍ରାୟ ୫ ଶହ କର୍ମଚାରୀଙ୍କୁ ପ୍ରାଥମିକତା ଭିର୍ତ୍ତିିରେ ଟିକା ଦେବାକୁ ଅନୁରୋଧ କରିଛନ୍ତି ।