କରୋନା ନେଲା ଆଉ ୧୪ ଜୀବନ : ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୮୪୨କୁ ବୃଦ୍ଧି

362

କନକ ବ୍ୟୁରୋ : ରାଜ୍ୟରେ କରୋନା ନେଲା ୧୪ ଜଣଙ୍କ ଜୀବନ । ଏଥି ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୪୨କୁ ବୃଦ୍ଧି ପାଇଛି  । ୧୪ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ବାଲେଶ୍ୱରରୁ ଜଣେ, ଭଦ୍ରକରୁ ଜଣେ, ଭୁବନେଶ୍ବରରୁ ୨ ଜଣ, କଟକରୁ ଜଣେ, ଗଞ୍ଜାମରୁ ଜଣେ, କଳାହାଣ୍ଡିରୁ ଜଣେ, କନ୍ଧମାଳରୁ ଜଣେ, ଖୋର୍ଦ୍ଧାରୁ ଜଣେ, ନୟାଗଡ଼ରୁ ୩ ଜଣ ଓ ପୁରୀରୁ ୨ ଜଣ । ଏମାନେ ସମସ୍ତେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଛନ୍ତି ।

‌କରୋନାରେ ମୃତ୍ୟୁ ବରଣ କରିଥିବା ଖୋର୍ଦ୍ଧାର ୫୨ ବର୍ଷିଅ ବ୍ୟକ୍ତିଙ୍କର ପୂର୍ବରୁ ମଧୁମେହ ଥିଲା। ଭଦ୍ରକର ୫୬ ବର୍ଷିଅ ମୃତକଙ୍କର ମଧ୍ୟ ମଧୁମେହ ରୋଗ ଥିଲା। କଟକର ୭୯ ବର୍ଷିଅ ଓ କଳାହାଣ୍ଡିର ୭୦ ବର୍ଷିଅ ମୃତକଙ୍କର ପୂର୍ବରୁ ହାଇପରଟେନ୍‌ସନ ରହିଥିଲା। ଖୋର୍ଦ୍ଧାର ୪୫ ବର୍ଷିଅ ଓ ନୟାଗଡ଼ର ୮୦ ଓ ୬୩ ବର୍ଷିଅ ବ୍ୟକ୍ତି ଏବଂ ପୁରୀର ୫୨ ବର୍ଷିଅ ମହିଳାଙ୍କର ମଧ୍ୟ ପୂର୍ବରୁ ମଧୁମେହ ରହିଥିଲା। ସେହିପରି ପୁରୀର ୬୮ ବର୍ଷିଅ ବ୍ୟକ୍ତିଙ୍କର ପୂର୍ବରୁ ଉଭୟ ମଧୁମେହ ଓ ହାଇପରଟେନ୍‌ସନ ଥିଲା।  ଏହାଛଡ଼ା ଭୁବନେଶ୍ବରର ୨ଜଣ ଏବଂ ଗଞ୍ଜାମ ଓ କନ୍ଧମାଳର ଜଣେ ଲେଖାଏଁ ମୃତ୍ୟୁ ମୁଖରେ ପଡ଼ିଛନ୍ତି।