ସୁନ୍ଦରଗଡରେ ସଂକଟ ବଢାଉଛି କରୋନା ସ୍ଥିତି । ଡାକ୍ତରଖାନାରେ ରୋଗୀଙ୍କୁ ମିଳୁନି ବେଡ୍, ମଶାଣିରେ ଲିଭୁନି ଚିତା

434

କନକ ବ୍ୟୁରୋ : ସୁନ୍ଦରଗଡରେ ବେକାବୁ ହେଲାଣି କରୋନା ସ୍ଥିତି । ପ୍ରତିଦିନ ଶହଶହ ଆକ୍ରାନ୍ତ ଜିଲ୍ଲାରୁ ଚିହ୍ନଟ ହେଉଛନ୍ତି । ସଂକ୍ରମଣ ଦ୍ରୁତଗତିରେ ବଢୁଥିବା ବେଳେ ଗୁରୁତରଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗତ କିଛି ଦିନ ହେବ ଦୈନିକ ସଂକ୍ରମଣ ୩ ଶହ ଉପରେ ରହୁଛି ।

ଦ୍ୱିତୀୟ ଲହରରେ ବଢ଼ୁଛି ମୃତ୍ୟୁ ସଂଖ୍ୟା । ଶ୍ମଶାନରେ ଲିଭୁନି ଜୁଇ । ଗୋଟିଏ ପଟେ ଜୁଇ ଜଳୁଥିବା ବେଳେ ଆମ୍ବୁଲାନ୍ସରେ ଆସି ସ୍ୱର୍ଗଦ୍ୱାରରେ ପହଂଚି ଯାଉଛି ଅନ୍ୟ କୋଭିଡ ମୃତ୍ୟୁକଙ୍କ ଶବ । ପିପିଇଟ କିଟ ସହିତ ମାସ୍କ ଏବଂ ଗ୍ଲୋବ୍ସ ପିନ୍ଧି ଶବକୁ ଦାହ କରାଯାଉଛି । ଆଉ ଗୋଟିଏ ମଶାଣୀ ରେ ଏକାସାଙ୍ଗ ରେ ଜଳୁଛି ଦୁଇ ଦୁଇଟି କୋଭିଡ ଆକ୍ରାନ୍ତଙ୍କ ଶବ । ନାଁ ପରିବାର ଲୋକ ଅଛନ୍ତି ନାଁ ବନ୍ଧୁ ପରିଜନ । ଏହିଭଳି କିଛି ଦୃଶ୍ୟ ଆସିଛି ସୁନ୍ଦରଗଡରୁ । ସରକାରୀ ତଥ୍ୟ ଅନୁସାରେ କରୋନା ମୃତ୍ୟୁ ସଂଖ୍ୟା ଯାହା ଆସୁଛି ମଶାଣିରେ ଜଳୁଥିବା କୋଭିଡ ମୃତକଙ୍କ ଜୁଇ ତାଠାରୁ ଅଧିକ ରହୁଛି । ହେଲେ ଏହା ଗୋଟିଏ ଦିନ ର କଥା ନୁହେଁ । ଦ୍ୱିତୀୟ ସଂକ୍ରମଣ ଆସିଲା ପରେ ସୁନ୍ଦରଗଡ଼ରୁ ଆସିଛି କରୋନା କାଳର ଏପରି କରୁଣ ଚିତ୍ର ।