ଦେଶରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା । ମୃତ୍ୟୁହାର କମୁଛି, ଆରୋଗ୍ୟ ହାର ବଢ଼ୁଛି

ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ : ସପ୍ତାହରେ ଦେଢଲକ୍ଷରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ

କନକ ବ୍ୟୁରୋ : ଦେଶରେ ଦିନକରେ ରେକର୍ଡ ୨୬ ହଜାର ୫୦୬ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏହା ସହିତ ଦେଶରେ କରୋନା ସଂକ୍ରମଣ ମାମଲା ୮ ଲକ୍ଷ ଅତିକ୍ରମ କରିଯାଇଛି ଏବଂ ମୃତ୍ୟୁସଂଖ୍ୟା ୨୧ ହଜାର ୬୦୪କୁ ବୃଦ୍ଧି ପାଇଛି। ସଂକ୍ରମଣ ମାମଲା ୭ରୁ ୮ ଲକ୍ଷରେ ପହଞ୍ଚିବାକୁ ମାତ୍ର ୩ ଦିନ ଲାଗିଛି। ଗତ ୨୪ ଘଣ୍ଟା‌ ମଧ୍ୟରେ ଦେଶରେ ପୁଣି ୪୭୫ ଜଣଙ୍କ ମୃତ୍ୟୁ ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ତେବେ ଦେଶରେ ସଂକ୍ରମଣ ବଢ଼ୁଥିଲେ ମଧ୍ୟ ମୃତ୍ୟୁହାର କମ୍‌ ରହିଛି ଏବଂ ଆରୋଗ୍ୟ ହାର ବୃଦ୍ଧି ପାଉଛି। ଦେଶରେ କୋଭିଡ୍‌ ମୃତ୍ୟୁହାର ଏବେ ୨.୭୨ ପ୍ରତିଶତକୁ ଖସି ଆସିଛି। ଗତମାସରେ ଏହା ୨.୮୨ ପ୍ରତିଶତ ଥିଲା।

୩୦ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଜାତୀୟ ହାରାହାରିଠାରୁ ମୃତ୍ୟୁହାର କମ୍‌ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ପୁଣିଥରେ କହିଛନ୍ତି ଯେ, ଦେଶରେ ଆରୋଗ୍ୟ ହାର ୬୩ ପ୍ରତିଶତକୁ ବୃଦ୍ଧି ପାଇଛି। ଭାରତ ଏକ ବିଶାଳ ରାଷ୍ଟ୍ର ହୋଇଥିଲେ ମଧ୍ୟ ଏଠାରେ ଗୋଷ୍ଠୀ ସଂକ୍ରମଣ ଏଯାବତ୍‌ ଆରମ୍ଭ ହୋଇନାହିଁ ବୋଲି ହର୍ଷବର୍ଦ୍ଧନ କହିଛନ୍ତି। ୧୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଆରୋଗ୍ୟ ହାର ଜାତୀୟ ହାରଠାରୁ ଅଧିକ ରହିଛି। ସେହିପରି ଦେଶରେ ଟେଷ୍ଟିଂ ବଢ଼ାଯାଇଛି। ଦେଶରେ ଦୈନିକ ୨ ଲକ୍ଷ ୭୦ ହଜାର ‌ଟେଷ୍ଟ୍‌ କରାଯାଉଛି। ତେବେ ଅଧିକ ବିପଦରେ ଥିବା ଗୋଷ୍ଠୀ ତଥା ବୟସ୍କ ଏବଂ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିବା ଲୋକମାନଙ୍କୁ ସ୍ୱତନ୍ତ୍ର ଯତ୍ନରେ ରଖିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe