ଗୁଜରାଟ ସୁରଟରୁ ଆସିଲା ଦୟନୀୟ ଚିତ୍ର । ଶ୍ମଶାନରେ ଗଦା ହୋଇଛି କୁଢ କୁଢ ଶବ, ଅନ୍ତିମ ସଂସ୍କାର ପାଇଁ ଅପେକ୍ଷା କରିବାକୁ ପଡୁଛି ୩ରୁ ୪ ଘଂଟା

895

କନକ ବ୍ୟୁରୋ : ଦେଶରେ କରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଆଉ ଆଜି କରୋନାର ଯେତେବେଳେ ଦ୍ୱିତୀୟ ଲହର ଆସିଛି, ଗତ କିଛି ଦିନ ମଧ୍ୟରେ ଦୈନିକ ସଂକ୍ରମଣ ଯେତେବେଳେ ବଢି ବଢି ଚାଲିଛି ସେତେବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ଭୟ ବଢାଉଛି । ଗୁଜୁରାଟର ସୁରାଟରୁ ଆସିଛି ଏକ ଅଭାବନୀୟ  ଚିତ୍ର ।  

ସ୍ମଶାନରେ ଲାଗିଛି ଶବର ଭିଡ । ମୃତକଙ୍କ ମଧ୍ୟରେ ପାଖପାଖି ୯୦ ପ୍ରତିଶତ କରୋନାରେ ସଂକ୍ରମିତ ଅଛନ୍ତି । କରୋନା ସଂକ୍ରମଣରେ ଚିକିତ୍ସା ଚାଲିଥିବା ସମୟରେ ଏମାନଙ୍କ ମୃତ୍ୟୁ ହୋଇଥିଲା । ଆଉ ଶ୍ମାସାନରେ ସେମାନଙ୍କର ଶେଷ କୃତ୍ୱ ସମ୍ପନ୍ନ କରାଯାଉଛି । ଏହି ଦୃଶ୍ୟ ହିଁ ବୟାନ କରୁଛନ୍ତି ସୁରତରେ ସ୍ଥିତି କିପରି ଦୟନୀୟ ରହିଛି । କାରଣ ଶ୍ମଶାନରେ ଅପେକ୍ଷା କରିବାକୁ ପଡୁଛି ୪ରୁ ୫ଘଣ୍ଟା । ଗୋଟିଏ ଶ୍ମଶାନରେ ଯେତେବେଳେ ଶବଦାହ ସମ୍ଭବ ହେଉନାହିଁ ସେତେବେଳେ ଶବ ଗୁଡିକୁ ଅନ୍ୟ ଏକ ଶ୍ମଶାନକୁ ସ୍ଥାନାନ୍ତର କରାଯାଉଛି । ବଡ କଥା ହେଲା ଏବେ ସମସ୍ତ ହସ୍ପିଟାଲରେ ହାଉସଫୁଲର ବୋର୍ଡ ଝୁଲୁଛି । ଗତ ୨୪ ଘଂଟାରେ ସୁରଟରେ ୯୬୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୪ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି