ବିହାର ନିତିଶ ସରକାରଙ୍କୁ ପାଟଣା ହାଇକୋର୍ଟଙ୍କ ଭତ୍ସନା । ମହାମାରୀ ସମୟରେ ମୃତ୍ୟୁର ତଥ୍ୟ ନମିଳିବାକୁ କହିଲେ ଅଦୁରଦର୍ଶିତା । ୭୫ ହଜାର ମୃତ୍ୟୁର ହିସାବ ନାହିଁ

137

କନକ ବ୍ୟୁରୋ : ମହାମାରୀ କରୋନାରେ ବିହାରରରେ କେତେ ଲୋକଙ୍କର ମୃତ୍ୟୁ ହୋଇଛି ତାକୁ ନେଇ ରହସ୍ୟ ଲାଗି ରହିଛି । ଚଳିତ ବର୍ଷର ପ୍ରଥମ ପାଂଚ ମାସରେ ହୋଇଥିବା ୭୫ ହଜାର ମୃତ୍ୟୁର କୌଣସି ସଠିକ୍ ତଥ୍ୟ ମିଳୁନାହିଁ । ଏତେ ସଂଖ୍ୟାରେ ଲୋକଙ୍କର କେମିତି ମୃତ୍ୟୁ ହେଲା ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ଏହି ପ୍ରସଙ୍ଗରେ ପୁଣି ଥରେ ବିହାର ନୀତିଶ ସରକାରଙ୍କୁ ଭର୍ତ୍ସନା କରିଛନ୍ତି ପାଟନା ହାଇକୋର୍ଟ । ମହାମାରୀ ସମୟରେ ମୃତୁୃ୍ୟ ତଥ୍ୟକୁ ଲୁଚାଇବା ସରକାରଙ୍କ ଅଦୂରଦର୍ଶୀତା ଓ ଆଇନତଃ ଗ୍ରହଣୀୟ ନୁହେଁ ବୋଲି କୋର୍ଟ କହିଛନ୍ତି । ଜନ୍ମ ଓ ମୃତ୍ୟୁର ରେକର୍ଡ ଠିକ୍ ଭାବରେ ନ ଦର୍ଶାଇବା ସରକାରଙ୍କ ଅପାରଦର୍ଶି ବ୍ୟବସ୍ଥାର ପ୍ରମାଣ ବୋଲି କହିଛନ୍ତି କୋର୍ଟ । ୨୦୧୮ରୁ ଏପର୍ଯ୍ୟନ୍ତ ହୋଇଥିବା ସମସ୍ତ ତଥ୍ୟକୁ ଅପଡେଟ କରି ସରକାରଙ୍କ ଡିଜିଟାଲ ପୋର୍ଟାଲରେ ଦର୍ଶାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏଥିସହ ଏ ସମ୍ପର୍କୀତ ତଥ୍ୟକୁ ୨୪ଘଂଟା ମଧ୍ୟରେ ସାମନାକୁ ଆଣିବାକୁ ନିର୍ବାଚିତ ପ୍ରତିନିଧିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କିଛି ଦିନ ହେଲା କୋଭିଡ୍ ଜନିତ ମୃତ୍ୟୁକୁ ନେଇ ବିହାର ସରକାର ତଥ୍ୟ ଲୁଚାଉଥିବା, ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି ।
କିଛି ଦିନ ତଳେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବିହାର ସରକାର କୋଭିଡ୍ ଜନିତ ମୃତ୍ୟୁ ସଂଖ୍ୟାକୁ ସଂଶୋଧନ କରିଥିଲେ । ଏହାପରେ ଦିନକରେ ବିହାରର କୋଭିଡ୍ ଜନିତ ମୃତ୍ୟୁ ସଂଖ୍ୟା ୬ ହଜାରରୁ ୯ହଜାରକୁ ବୃଦ୍ଧି ପାଇଥିଲା । କିନ୍ତୁ ଏହି ସଂଖ୍ୟାଠାରୁ ବିହାରରେ କୋଭିଡ୍ ଜନିତ ମୃତ୍ୟୁ ଯଥେଷ୍ଟ ଅଧିକ ବୋଲି କୁହାଯାଉଛି । ଏବେ ୭୫ ହଜାର ମୃତ୍ୟୁର ତଥ୍ୟ ନମିଳିବ ଏହି ସନ୍ଦେହକୁ ଆହୁରି ବଢ଼ାଇ ଦେଇଛି । ଯଦି ଏହି ମୃତ୍ୟୁ କୋଭିଡ୍ ଜନିତ ହୋଇଥାଏ, ତେବେ ସରକାର ଯେତିକି ତଥ୍ୟ ଦେଇଛନ୍ତି ତାହା ୧୦ଗୁଣ ବୃଦ୍ଧି ପାଇବ ।