ବଢୁଛି କରୋନା ସଂକ୍ରମଣ, ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ । 

119

କନକ ବ୍ୟୁରୋ: ରାଜ୍ୟ ତଥା ଦେଶରେ ବଢୁଛି କରୋନା ସଂକ୍ରମଣ । ଗତକାଲି ୧୮୯୦ ଜଣ କୋଭିଡ ଆକ୍ରାନ୍ତ ସାରା ଦେଶର ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ଓଡିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଜଣ ରହିଛନ୍ତି । ଦେଶରେ ମୋଟ୍ ଆକ୍ଟିଭ୍ କେସ ୯ ହଜାର ୪୦୦ ରହିଥିବା ବେଳେ ଓଡିଶାରେ ମୋଟ୍ ଆକ୍ଟିଭ୍ କେସ ୮୭ ଜଣ ରହିଛନ୍ତି ।

ସାରାଦେଶରେ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରେ ମହାରାଷ୍ଟ୍ର, ତାମିଲନାଡୁ, କେରଳ ଏବଂ ତେଲେଙ୍ଗାନାରୁ ଅଧିକ ରହିଛନ୍ତି । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସବୁ ରାଜ୍ୟକୁ ଚିଠି ଲେଖି ଟେଷ୍ଟିଂ ବଢାଇବା ସହ ସଂକ୍ରମଣ ଉପରେ ସତର୍କ ନଜର ରଖିବାକୁ ପରାମର୍ଶ ଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଆଜି ଏକ ବୈଠକ ଡାକିଛନ୍ତି । ସନ୍ଧ୍ୟାରେ ଏହି ବୈଠକ ବସିବ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ସଚିବ ଏବଂ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ୧୦-୧୧ ଏପ୍ରିଲ ପାଇଁ ଏକ ଦେଶବ୍ୟାପୀ ମକ୍ ଡ୍ରିଲ୍ ଯୋଜନା କରାଯାଇଛି । ଆଜି ବୈଠକରେ ମକଡ୍ରିଲର ସବିଶେଷ ତଥ୍ୟ ଜଣାଯିବ । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କରୋନା ପ୍ରସଙ୍ଗରେ ବୈଠକ କରିଥିଲେ । ଆଉ ଟେଷ୍ଟିିଂ, ଟ୍ରାକିଂ ସହିତ କୋଭିଡ ନିର୍ଦ୍ଦେଶାନାମା ଉପରେ ଗୁରୁତ୍ୱାରୋପ କରିଥିଲେ । ସେପଟେ ସବୁ ହସପିଟାଲକୁ ଚିଠି ଲେଖି ସତର୍କ କଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର ।