ସପ୍ତାହକ ମଧ୍ୟରେ ଦ୍ୱିଗୁଣା ବଢିଛି କରୋନା ସଂକ୍ରମଣ, ଗତ ୨୪ ଘଂଟାରେ ୫ ହଜାର ଉପରେ ସଂକ୍ରମିତ ଚିହ୍ନଟ

216

କନକ ବ୍ୟୁରୋ : ଦେଶରେ ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । କିଛି ଦିନର ଆଶ୍ୱସ୍ତି ପରେ କ୍ରମଶ ଦୈନିକ ସଂକ୍ରମଣ ବୃଦ୍ଧି ମନରେ ଛନକା ସୃଷ୍ଟି କରିଛି । ଏବେ ଦୈନିକ ସଂକ୍ରମଣ ୫ହଜାର ଟପିବା ସହ ଦିନକରେ ୪୧ % ପ୍ରତିଶତ ବୃଦ୍ଧି ପାଇଛି । ଯାହା ଗତ ୩ମାସ ମଧ୍ୟରେ ସବୁଠୁ ଅଧିକ ବୋଲି କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣମନ୍ତ୍ରାଳୟ ।

କିଛି ଦିନର ଆଶ୍ୱସ୍ତି ପରେ ପୁଣି ଦେଶରେ କାୟାବିସ୍ତାର କଲାଣି କରୋନା ସଂକ୍ରମଣ । କ୍ରମଶ ବୃଦ୍ଧି ପାଉଛି କରୋନା ଗ୍ରାଫ । ଦେଶରେ କରୋନା ସଂକ୍ରମଣ ଦିନକରେ ୪୧ପ୍ରତିଶତ ବୃଦ୍ଧି ସବୁଠୁ ବଡ ଚିନ୍ତାର କାରଣ ପାଲଟିଛି । ଗତ ୨୪ ଘଂଟା ମଧ୍ୟରେ ଦେଶରୁ ୫ହଜାର ୨୩୩ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରାଳୟର ସୂଚନା ଅନୁସାରେ ପ୍ରାୟ ୯୩ ଦିନ ପରେ ଦେଶରେ କୋଭିଡ ସଂକ୍ରମଣ ୫ହଜାର ଟପିଛି । କେରଳ, ମହାରାଷ୍ଟ୍ର, ଦିଲ୍ଲୀ, ଉତରପ୍ରଦେଶରେ ସଂକ୍ରମଣ ଲଗାତାର ବୃଦ୍ଧି ପାଉଥିବାରୁ ପୁଣି ଲୋକଙ୍କ ମନରେ ଛନକା ସୃଷ୍ଟି କରିଛି ।

୪ର୍ଥ ଲହର ଆଶଙ୍ଗା ଭିତରେ ମହାରାଷ୍ଟ୍ରରେ ମାଡି ଚାଲିଛି ସଂକ୍ରମଣ । ଗତ ୨୪ ଘଂଟାରେ ମହାରାଷ୍ଟ୍ରରୁ ୧୮୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ କେବଳ ମୁମ୍ବାଇରୁ ୧୨୪୨ଜଣ ଆକ୍ରାନ୍ତ ରହିଛନ୍ତି । ଯାହାକି ପୂର୍ବ ତୁଳନାରେ ୮୧ ପ୍ରତିଶତ ଅଧିକ ରହିଛି । ଫେବୃଆରୀ ୧୮ ପରେ ଏଠାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ କରୋନାର ଉପପ୍ରଜାତି ବି.ଏ୩, ବି.ଏ୪ ବି.ଏ୫ ଭାରିଆଂଟରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ଭୟର ମାହୋଲ ସୃଷ୍ଟି ହୋଇଛି । ତେବେ ଆଶ୍ୱସ୍ତିକର କଥା କି କୌଣସି କେରଳ ତୁଳନାରେ ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟା କମ ରହିଛି । ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୮ହଜାର ୮୫୭ରହିଛି ।