କରୋନା ଡ଼ରରେ ଭାରତୀୟ : ହୋଟେଲରେ ଗ୍ରାହକଙ୍କ ପ୍ରଥମ ପ୍ରଶ୍ନ . “ଖାଦ୍ୟରେ ପଡୁଛି କି ଚାଇନା ମସାଲା”? ମେନ୍ୟୁକାର୍ଡରୁ ଉଭାନ ହେଉଛି ଚାଉମିନ୍ , ମନଚୁରିଆନ୍ , ଚିଲି ଚିକେନ୍ ଭଳି ଖାଦ୍ୟ ।

256

ଦିନକୁ ଦିନ ଫାଷ୍ଟଫୁଡର ଚାହିଦା ବଢି ବଢି ଚାଲିଛି । ଲୋକମାନେ ଘରେ ଖାଦ୍ୟ ପ୍ରସ୍ତୁତ କରିବା ପରିବର୍ତ୍ତେ ବାହାରୁ କିଣି ଖାଇବାକୁ ବେଶି ପସନ୍ଦ କରୁଛନ୍ତି । ଚାଓମିନ୍, ମନଚୁରିଆନ୍ , ଚିଲି ଚିକେନ୍ ଆଦି ଚଟପଟା ଖାଇବାକୁ ପସନ୍ଦ କରୁଛନ୍ତି ଗ୍ରାହକ । ରେସ୍ତୁରାଣ୍ଟରେ ମଧ୍ୟ ଗ୍ରାହକଙ୍କ ଭିଡ ଜମିବାର କାରଣ ଫାଷ୍ଟଫୁଡ୍ ହିଁ ହୋଇଥାଏ । ଏବେ କିନ୍ତୁ ରେସ୍ତୁରାଣ୍ଟରେ ଖାଇବା ଅର୍ଡର କରିବା ପୂର୍ବରୁ ଦୋକାନୀଙ୍କୁ ବିଭିନ୍ନ ପ୍ରଶ୍ନର ସାମ୍ନା କରିବାକୁ ପଡୁଛି । ଖାସ୍ କରି ଚାଇନିଜ୍ ଖାଦ୍ୟ ଅର୍ଡର କରିବା ଆଗରୁ ସେଥିରେ ଚୀନରେ ନିର୍ମିତ ମସାଲା ବ୍ୟବହୃତ ହେଉଛି କି ନାହିଁ ବୋଲି ପ୍ରଶ୍ନ କରୁଛନ୍ତି ଗ୍ରାହକ ।

ମୁମ୍ବାଇର ଏକ ବିଳାସପୂର୍ଣ୍ଣ ହୋଟେଲ୍ ରେ ଏଭଳି ଘଟଣା ସାମ୍ନାକୁ ଆସିଛି । ଚୀନରେ ବଢୁଥିବା କରୋନା ଭାଇରସ ସମସ୍ତଙ୍କ ନିଦ ହଜାଇ ଦେଇଛି । ଏଭଳିକି ଚୀନରେ ନିର୍ମିତ ଜିନିଷକୁ ବ୍ୟବହାର କରିବାକୁ ମଧ୍ୟ ଭୟ କରୁଛନ୍ତି ଗ୍ରାହକ । ରେସ୍ତୁରାଣ୍ଟରେ ଖାଇବା ଆଗରୁ ସେଥିରେ ଚୀନରେ ନିର୍ମିତ ମସଲାର ବ୍ୟବହାର ହୋଇଛି କି ନାହିଁ ବୋଲି ପ୍ରଶ୍ନ କରୁଛନ୍ତି । ରେସ୍ତୁରାଣ୍ଟ କର୍ମଚାରୀ ମଧ୍ୟ ଏହାର ଉତ୍ତର ରଖୁଛନ୍ତି । କାରଣ କରୋନା ଭାଇରସ ଦ୍ୱାରା ଏଭଳି ସ୍ଥିତି ଉପୁଜିଥିବା ସେମାନେ ଭଳ ଭାବେ ଜାଣିଛନ୍ତି । ସୂଚନାନୁସାରେ, ଚୀନର ବୁହାନ ପ୍ରାନ୍ତରେ ବ୍ୟାପିଥିବା ମାରାତ୍ମକ କରୋନା ଭାଇରସରେ ଏବେ ମୃତ୍ୟୁସଂଖ୍ୟା ୯୦୮ରେ ପହଞ୍ଚିଛି । ଏଥିରେ ୪୦ ହଜାର ଆକ୍ରାନ୍ତ ଥିବା ଜଣାପଡିଛି ।