କରୋନା ଭୟରେ ଭକ୍ତଶୂନ୍ୟ ଚିଲିକାର ମାଆ କାଳିଜାଇ ପୀଠ । ମହାମାରୀ ଭୟରେ ମାଆଙ୍କ ପାଖକୁ ଆସୁନାହାନ୍ତି ଭକ୍ତ କି ପର୍ଯ୍ୟଟକ । 

123

କନକ ବ୍ୟୁରୋ: ଭକ୍ତଶୂନ୍ୟ ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମାଆ କାଳିଜାଇ । କରୋନାର ଦ୍ୱିତୀୟ ଲହର ସାରା ବିଶ୍ୱକୁ ଆତଙ୍କିତ କରୁଛି । ଅନେକ ମନ୍ଦିରରେ କରୋନା କଟକଣା ଭିତରେ ଭକ୍ତ ଭଗବାନଙ୍କ ଦର୍ଶନ କରୁଛନ୍ତି । ହେଲେ କାଳିଜାଇ ମନ୍ଦିରକୁ ଭକ୍ତ ଆସୁନଥିବାରୁ ହାତ ବାନ୍ଧି ବସିଛନ୍ତି ବ୍ୟବସାୟୀ ।

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଚିଲିକାର ଅଧିଷ୍ଠାତ୍ରୀ ଦେବୀ ମାଆ କାଳିଜାଇଙ୍କ ମନ୍ଦିରକୁ ଭକ୍ତ ଆସୁନାହାନ୍ତି । କରୋନାର ଦ୍ୱିତୀୟ ଲହର ରାଜ୍ୟରେ କୋକୁଆ ଭୟ ସୃଷ୍ଟି କରିଥିବା ବେଳେ ଖାଁ ଖାଁ ମାଆ କାଳିଜାଇଙ୍କ ପୀଠ । ଭକ୍ତ କି ପର୍ଯ୍ୟଟକ କେହି ଆସୁନାହାନ୍ତି । ଭୁତାଣୁ ଭୟରେ ଭକ୍ତ ଆସୁନଥିବା ବେଳେ ପେବାର ବଟା ଥିବାରୁ ହାତ ବାନ୍ଧି ବସିଛନ୍ତି ବ୍ୟବସାୟୀ ।

ମାଆ କାଳିଜାଇଙ୍କ ନିକଟକୁ ଭକ୍ତ ନ ଆସିବାରୁ ପୂଜକମାନେ ମଧ୍ୟ ମନ୍ଦିର ସମ୍ମୁଖରେ ଚାହିଁ ବସିଛନ୍ତି । କାରଣ ଭକ୍ତଟିଏ ଆସିଲେସେମାନଙ୍କ ପରିବାର ପ୍ରତିପୋଷଣ ହୁଏ । ସେପଟେ ଡଙ୍ଗା ଚାଳକମାନେ ମଧ୍ୟ ପେଟ ପାଟଣାକୁ ନେଇ ଚିନ୍ତାରେ ପଡିଛନ୍ତି ।