ଧନିଆ ପତ୍ର ଦ୍ୱାରା ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦୂର ହୁଏ ! ଜାଣନ୍ତୁ ଏହାର ଔଷଧିୟ ଗୁଣ ବିଷୟରେ

57

ଆଜିକାଲି ଖାଦ୍ୟର ସ୍ୱାଦ ବଢେଇବା ପାଇଁ ବିଭିନ୍ନ ପ୍ରକାର ସାମଗ୍ରୀ ବ୍ୟବହାର କରୁଛନ୍ତି ଲୋକେ । ଏଥିମଧ୍ୟରୁ ଧନିଆ ପତ୍ର ଅନ୍ୟତମ । ଏହା ଦ୍ୱାରା ଖାଦ୍ୟର ସ୍ୱାଦ ବଢିଥାଏ ଏବଂ ଖାଇବାକୁ ମଧ୍ୟ ଅଧିକ ଭଲ ଲାଗିଥାଏ । ତେବେ ଆପଣ ଜାଣିଛନ୍ତି କି ? ଧନିଆରେ ରହିଥିବା କେତେକ ଔଷଧିୟ ଗୁଣ ଯୋଗୁଁ ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା ଧନିଆର ଉପକାରୀତା ସମ୍ବନ୍ଧରେ ।

୧- ଶୀତ ଦିନରେ ଧନିଆ ପତ୍ର ଖାଇବା ଦ୍ୱାରା ଗ୍ୟାସ ସମସ୍ୟା ଦୂର ହୋଇଥାଏ ।

୨ -ଖାଇବା ପିଇବା ଅବହେଳା ହେଲେ ପେଟ ଖରାପ ହେବା ସମସ୍ୟା ଦେଖାଯାଏ । ଏହି ସମୟରେ ଧନିଆ ପତ୍ରକୁ ଚଟନୀ କରି ଖାଆନ୍ତୁ । ରୋଗ ପ୍ରତିରୋଧକ କ୍ଷମତା ବଢାଇବ । ଯାହା ଫଳରେ ପେଟ ସମସ୍ୟାରୁ ରକ୍ଷା ପାଇବେ ।

୩ -ଧନିଆରେ ଭରପୂର ମାତ୍ରାରେ ଭିଟାମିନ ଏ, ସି ରହିଛି । ଏହାକୁ ଖାଇବା ଦ୍ୱାରା ସଂକ୍ରମଣ ରୋଗରୁ ମୁକ୍ତି ପାଇବେ । ଥଣ୍ଡା ଓ କାଶ ସମସ୍ୟାରୁ ମଧ୍ୟ ରକ୍ଷା ପାଇ ପାରିବେ ।

୪- ମଧୁମେହ ରୋଗ ପାଇଁ ଧନିଆ ଉପଯୋଗୀ । ଏହାକୁ ଖାଇବା ଦ୍ୱାରା ରକ୍ତର ଇନସୁଲିନ ମାତ୍ରାକୁ ନିୟନ୍ତ୍ରଣ ରଖିଥାଏ । ଯାହା ଫଳରେ ମଧୁମେହ ରୋଗକୁ ମଧ୍ୟ ନିୟନ୍ତ୍ରଣ ରଖିଥାଏ ।

୫ -ବର୍ତ୍ତମାନ ଆଣ୍ଠୁଗଣ୍ଠି ସମସ୍ୟା ପ୍ରାୟ ଦେଖାଯାଉଛି । ଯାହା ଫଳରେ ଶରୀର ଦୁର୍ବଳ ଲାଗିଥାଏ । ସେଥିପାଇଁ ଧନିଆ ପତ୍ର ଖାଆନ୍ତୁ । ଧନିଆ ପତ୍ରରେ ରହିଥିବା ଭିଟାମିନ ଆଣ୍ଠୁଗଣ୍ଠି ସମସ୍ୟା ଦୂର କରିବାରେ ସହାୟତା ହୋଇଥାଏ ।

(ସୌଜନ୍ୟ-ପଂଜାବକେଶରୀ)