ଦାମଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ମନ୍ତ୍ରୀ ସୂର୍ଯ୍ୟ ପାତ୍ର ! କହିଲେ, ଗ୍ୟାଙ୍ଗଷ୍ଟର ଟିଟୋ ସହ ରହିଛି ଦାମଙ୍କ ଲିଙ୍କ୍

52

କନକ ବ୍ୟୁରୋ: ବିଜେଡିରୁ ବହିଷ୍କୃତ ହୋଇଥିବା ଦାମୋଦର ରାଉତଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର । ଗ୍ୟାଙ୍ଗଷ୍ଟର ଟିଟୋ ସହ ଦାମ ରାଉତଙ୍କ ସଂପର୍କ ଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ତଦନ୍ତ ଚାଲିଛି , ଏବଂ ସତ୍ୟ ସାମନାକୁ ଆସିବ ବୋଲି ସେ କହଛନ୍ତି ।

ଦାମ ଜଣେ ଦୋମୁହାଁ ବ୍ୟକ୍ତି ଏବଂ ରାଜ୍ୟ ବାସୀ ତାଙ୍କୁ କ୍ଷମା ଦେବେନି ବୋଲି ସୂର୍ଯ୍ୟପାତ୍ର କହିଛନ୍ତି । ଶିଳ୍ପ ବିଭାଗ ଅଫିସକୁ ରାଉରକେଲାରୁ ପାରାଦୀପକୁ ଆଣିକ ଜ୍ୱାଇଙ୍କ ଘରେ ଚଳାଇ ଦୂର୍ନୀତି କରୁଥିବା ଅଭିଯୋଗ ଆଣିଛନ୍ତି ସୂର୍ଯ୍ୟ । ପାରାଦୀପରେ ଥିବା ଇଫକୋ କମ୍ପାନୀ ଉପରେ ଦାଦାଗିରି କରି ନିଜ ପୁଅର କମ୍ପାନୀ ଜରିଆରେ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିବା ସୂର୍ଯ୍ୟ ଅଭିଯୋଗ କରିଛନ୍ତି ।

ସେପଟେ ଏହାର ଜବାବ ରଖିଛନ୍ତି ଦାମୋଦର ରାଉତ । ଟଙ୍କା ଓ କ୍ଷମତା ପାଇଁ ମନ୍ତ୍ରୀ ସୂର୍ଯ୍ୟପାତ୍ର ସବୁ କିଛି କରିପାରନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଯଦି ସାହାସ ଅଛି ଇଂଟରପୋଲକୁ ତାଙ୍କ ଦୂର୍ନୀତିର ତଦନ୍ତ ଦାୟିତ୍ୱ ଦେବାକୁ ସେ କହିଛନ୍ତି ।