କନକ ବ୍ୟୁରୋ : ବନ୍ୟଜନ୍ତୁ ଆଇନ ଉଲ୍ଲଙ୍ଘନ ଅଭିଯୋଗରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏବଂ ଆଧ୍ୟାତ୍ମିକ ଗୁରୁ ସଦଗୁରୁ ଜାଗି ବାସୁଦେବଙ୍କ ବିରୋଧରେ ଏଫଆଇଆର ଦେଇଛନ୍ତି ଆସାମର ଦୁଇ ସ୍ଥାନୀୟ ନେତା । ରବିବାର ରାତିରେ ଆଇନର ଉଲଙ୍ଘନ କରି ହିମନ୍ତ ବିଶ୍ୱ ଶର୍ମା, ସଦଗୁରୁ ଏବଂ ଆସାମର ପର୍ଯ୍ୟଟନ ମନ୍ତ୍ରୀ କାଜିରଙ୍ଗା ଜାତୀୟ ଉଦ୍ୟାନ ଏବଂ ବାଘ ଅଭୟାରଣ୍ୟରେ ନାଇଟ୍ ସଫାରି କରିଥିବା ଅଭିଯୋଗ ହୋଇଛି । ଆଇନ ଅନୁସାରେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଅଭିଯୋଗକାରୀ । ତେବେ ଅଭିଯୋଗକୁ ଖଣ୍ଡନ କରି ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି ସେମାନେ କୌଣସି ନିୟମର ଉଲ୍ଲଙ୍ଘନ କରିନାହାଁନ୍ତି । ବନ୍ୟଜନ୍ତୁ ଆଇନ ଅନୁସାରେ ୱାର୍ଡେନ ସେମାନଙ୍କୁ ଭିତରକୁ ଯିବାକୁ ଅନୁମତି ଦେଇଥିବା ସେ କହିଛନ୍ତି ।