ବିବାଦୀୟ ଲେଖକ ସଲମାନ ରୁଶଦୀ: ନିଜ ଲେଖାକୁ ନେଇ ରହିଛନ୍ତି ଚର୍ଚ୍ଚାରେ, ପୋଲିସ ପ୍ରୋଟେକ୍ସନରେ କାଟୁଛନ୍ତି ଜୀବନ

104

କନକ ବ୍ୟୁରୋ: ‘ଆରମ୍ଭରୁ ହିଁ ମଣିଷ ଭୁଲକୁ ଠିକ୍ ଦର୍ଶାଇବା ପାଇଁ ଇଶ୍ୱରଙ୍କ ନାମକୁ ବ୍ୟବହାର କରିଛନ୍ତି ।’ ଏ କଥା ସଲମାନ ରୁଶଦୀ ନିଜ ୧୯୮୮ର ବହି ‘ସୈନେଟିକ ୱର୍ସେଜ୍’ରେ ଲେଖିଥିଲେ । ଏହି ବହିକୁ ନେଇ ଅନେକ ବିବାଦରେ ରହିଥିଲେ ସଲମାନ ରୁଶଦୀ । ପ୍ରଫେଟ୍ ମହମ୍ମଦଙ୍କୁ ଅସମ୍ମାନ କରିଥିବାର ଅଭିଯୋଗ ମଧ୍ୟ ହୋଇଥିଲା । ୧୯୮୯ରେ ଇରାନ ଇସଲାମିକ୍ କ୍ରାନ୍ତିର ନେତା ଆୟାତୁଲ୍ଲା ଖୁମୈନୀ ରୁଶଦୀଙ୍କ ବିରୋଧରେ ମୃତ୍ୟୁର ଫତୱା ଜାରି ବି କରିଥିଲେ । ଏହି ଘଟଣାର ୩୩ ବର୍ଷ ପରେ ରୁଶଦୀଙ୍କ ଉପରେ ହୋଇଛି ଆକ୍ରମଣ ।

ସଲମାନ ରୁଶଦୀ ନିଜ ବହି ‘ସାଟାନିକ ଭର୍ସେସ୍’ରେ ଧର୍ମ ଓ ଇଶ୍ୱରଙ୍କୁ ନେଇ ଏଭଳି କାହାଣୀ ଲେଖିଥିଲେ ଯାହାକୁ ନେଇ ଜୋରଦାର ବିରୋଧ କରାଯାଇଥିଲା । ଭାରତରେ ଏହି ବହିକୁ ବ୍ୟାନ ମଧ୍ୟ କରାଯାଇଥିଲା । ଭାରତରେ ସବୁଠାରୁ ପ୍ରଥମେ ସଲମାନ ରୁଶଦୀଙ୍କ ବହି ‘ସାଟାନିକ ଭର୍ସେସ୍’କୁ ବ୍ୟାନ କରାଯାଇଥିଲା । ଏହାପରେ ପାକିସ୍ତାନ ଏବଂ ଅନ୍ୟ ଇସଲାମିକ୍ ଦେଶ ମଧ୍ୟ ସଲମାନ ରୁଶଦୀଙ୍କ ବହି ଉପରେ ପ୍ରତିବନ୍ଧକ ଲଗାଇଥିଲେ ।

୩ ଅଗଷ୍ଟ ୧୯୮୯ରେ ଲଣ୍ଡନର ଏକ ହୋଟେଲରେ ଆରଡିଏକ୍ସ ବିସ୍ଫୋରଣ କରାଯାଇ ସଲମାନ ରୁଶଦୀଙ୍କୁ ମାରିବାକୁ ଉଦ୍ୟମ କରିଥିଲେ ଇରାନ ଇସଲାମିକ୍ କ୍ରାନ୍ତିର ନେତା ଆୟାତୁଲ୍ଲା ଖୁମୈନୀ । ମାତ୍ର ଏହି ବିସ୍ଫୋରଣରୁ ଅଳ୍ପକେ ବର୍ତି ଯାଇଥିଲେ ସଲମାନ ଖୁରସିଦ । ନିଜ ଜୀବନ ପ୍ରତି ବିପଦ ଥିବାରୁ ଲୁଚି ଲୁଚି ଜୀବନ କାଟୁଥିଲେ ପ୍ରତିଷ୍ଠିତ ଲେଖକ ସଲମାନ ରୁଶଦୀ । କୁଆଡେ ଗଲେ ପୋଲିସ ପ୍ରୋଟେକ୍ସନ ନେଉଥିଲେ ।

ସଲମାନ ରୁଶଦୀଙ୍କୁ ହତ୍ୟା ଧମକ
– ୧୯୮୯ରେ ପ୍ରଥମେ ଇରାନ ଇସଲାମିକ୍ କ୍ରାନ୍ତି ରୁଶଦୀଙ୍କୁ ହତ୍ୟା ଧମକ ଦେଇଥିଲା
– ୧୦ ବର୍ଷ ପରେ ୧୯୯୮ରେ ଇରାନ ରୁଶଦୀଙ୍କ ହତ୍ୟାକୁ ସମର୍ଥନ କରୁନଥିବା କଲା ଘୋଷଣା
– ୨୦୦୬ରେ ହିଜବୁଲ୍ଲା ସଙ୍ଗଠନ ସଲମାନ ରୁଶଦୀଙ୍କୁ ମାରିବାକୁ ଘୋଷଣା କଲା
– ନିଜ ବହିରେ ପ୍ରଫେଟ୍ ମହମ୍ମଦଙ୍କୁ ଅସମ୍ମାନ କରିଥିବା ଅଭିଯୋଗ ଆଣିଲେ ବିଭିନ୍ନ ଇସଲାମିକ ଅନୁଷ୍ଠାନ
– ୨୦୧୦ରେ ଆତଙ୍କୀ ସଙ୍ଗଠନ ଅଲକଏଦା ରୁଶଦୀଙ୍କୁ ହତ୍ୟା କରିବାକୁ ତାଲିକା ବାହାର କରିଥିଲା

ଜୀବନ ପ୍ରତି ବିପଦ ଥିବାରୁ ନ୍ୟୁୟର୍କରେ ରହୁଛନ୍ତି ସଲମାନ ରୁଶଦୀ । ସେଠାରେ ସେ ମୁକ୍ତଭାବେ ବୁଲି ପାରୁଛନ୍ତି । ନିଜ ଉପନ୍ୟାସ ରିଲିଜ୍ କରୁଛନ୍ତି । ଅନେକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଉଛନ୍ତି । ଏହାରି ଭିତରେ ତାଙ୍କୁ ମାରିବାକୁ ହୋଇଛି ଆକ୍ରମଣ ।

୧୯ ଜୁନ, ୧୯୪୭ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ସଲମାନ ରୁଶଦୀ । ତାଙ୍କ ଜନ୍ମର କିଛି ବର୍ଷ ପରେ ସଲମାନଙ୍କ ପରିବାର ଲଣ୍ଡନ ଚାଲିଯାଇଥିଲା । ସେଠାରେ ତାଙ୍କ ସ୍କୁଲ ପାଠପଢା ଶେଷ କରିଛନ୍ତି ରୁଶଦୀ । ପରେ
ସଲମାନ ରୁଶଦୀଙ୍କ ଜୀବନ ଯାତ୍ରା
– ୧୯୬୮ରେ ଇତିହାସରେ ଏମଏ ଡିଗ୍ରୀ ହାସଲ କରିଥିଲେ ରୁଶଦୀ
– ୧୯୭୦ରେ ରୁଶଦୀ ଜଣେ ବିଜ୍ଞାପନ ଲେଖକ ଭାବେ କାମ ଆରମ୍ଭ କରିଥିଲେ
– ପରେ ୧୯୭୫ରେ ଗ୍ରାଇମସ୍ ନାମରେ ପ୍ରଥମ ବହି ଲେଖିଥିଲେ ସଲମାନ ରୁଶଦୀ
– ନିଜ ଦ୍ୱିତୀୟ ବହି ‘ମିଡନାଇଟ୍ ଚିଲଡ୍ରେନ’ ପାଇଁ ୧୯୮୧ରେ ‘ବୁକର ପ୍ରାଇଜ୍’ ହାତେଇଥିଲେ
– ୧୯୮୩ରେ ‘ବେଷ୍ଟ ଅଫ ବୁକର’ ସମ୍ମାନ ମଧ୍ୟ ହାତେଇଥିଲେ ରୁଶଦୀ
– ମୋଟ ୩୦ଟି ବହି ଲେଖିଛନ୍ତି ସଲମାନ ରୁଶଦୀ

ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଅନେକ ଚର୍ଚ୍ଚାରେ ରହିଆସିଛନ୍ତି ସଲମାନ ରୁଶଦୀ । ନିଜ ଜୀବନରେ ୪ଥର ବିବାହ କରିଛନ୍ତି ଲେଖକ ସଲମାନ ରୁଶଦୀ । ନିଜ ୪ର୍ଥ ପତ୍ନୀ ପଦ୍ମାଲକ୍ଷ୍ମୀଙ୍କ ସହ ବିବାହର ୩ବର୍ଷ ପରେ ଛାଡପତ୍ର ହୋଇଯାଇଥିଲା । ପଦ୍ମାଲକ୍ଷ୍ମୀ, ରୁଶଦୀଙ୍କ ଠାରୁ ୨୩ ବର୍ଷ ବୟସରେ ସାନ ଥିଲେ । ୨୦୦୪ରେ ଦୁହେଁ ବିବାହ କରିଥିଲେ । ହେଲେ ଘରୋଇ ଝଗଡା କାରଣରୁ ବେଶିଦିନ ଦୁହିଁଙ୍କ ବୈବାହିକ ସମ୍ପର୍କ ଚାଲି ନଥିଲା ।