କନକ ବ୍ୟୁରୋ : ଆଇଏସ ଅଧିକାରୀ ଶାହ ଫୈସଲଙ୍କୁ ପୁଣି ଥରେ ଚାକିରିକୁ ଫେରାଇ ଆସିଛନ୍ତି କେନ୍ଦ୍ର ସରକାର । ଶନିବାର ଦିନ କେନ୍ଦ୍ର ସରକାର ଶାହ ଫୈସଲକୁ କେନ୍ଦ୍ର ପର୍ଯ୍ୟଟନ ବିଭାଗର ଉପ ସଚିବ ପଦରେ ଅବସ୍ଥାପିତ କରିଛନ୍ତି । ଫୈସଲ ୨୦୧୦ ସିଭିଲ ସର୍ଭିସ ପରୀକ୍ଷାରେ ଟପ୍ପର ହୋଇଥିଲେ । ସେ ୩ ବର୍ଷ ପୂର୍ବେ ଚାକିରିରୁ ଇସ୍ତଫା ଦେଇ ଜମ୍ମୁ-କାଶ୍ମୀର ରାଜନୀତିରେ ଯୋଗ ଦେଇଥିଲେ । ହେଲେ ସେତେବେଳେ କେନ୍ଦ୍ର ସରକାର ତାଙ୍କ ଇସ୍ତଫାକୁ ଗ୍ରହଣ କରି ନଥିଲେ ।

Advertisment

ପୁଣି ଏବେ ରାଜନୀତି ଛାଡି ଯେତେବେଳେ ପ୍ରଶାସନିକ ସେବାକୁ ଫେରିବାକୁ ପୈସଲ ଆବେଦନ କଲେ ସେତେବେଳେ ତାଙ୍କ ଆବେଦନକୁ କେନ୍ଦ୍ର ସରକାର ସ୍ୱୀକାର କରିଥିଲେ । ଏହାର କିଛି ମାସ ପରେ ତାଙ୍କୁ ସରକାର ଏକ ବଡ ଦାୟୀତ୍ୱ ଦେଇଛନ୍ତି । ଶନିବାର ଦିନ କର୍ମଚାରୀ ଓ ପ୍ରଶିକ୍ଷଣ ମନ୍ତ୍ରଣାଳୟ ବିଭାଗ ୨ ଦିନ ପୂର୍ବରୁ ଶାହ ଫୈସଲଙ୍କୁ ତାଙ୍କ ପୂର୍ବ ପଦରୁ ବିଦାୟ ଦେଇଥିଲେ । ଏବେ ସେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ଉପ ସଚିବ ଭାବେ କାର୍ଯ୍ୟ କରିବେ ।

କହିରଖୁ କି ୨୦୧୯ ମସିହାରେ ଶାହ ଫୈସଲ ଦେଶରେ ବଢୁଥିବା ଅସହିଷ୍ଣୁତାର ଦ୍ୱାହୀ ଦେଇ ଚାକିରିରୁ ଇସ୍ତଫା ଦେଇଥିଲେ । ଏହାର ୩ ବର୍ଷ ପରେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ପୁଣି ପ୍ରଶାସନିକ ସେବାକୁ ଫେରିବାକୁ ଚାହୁଁଥିବା କଥା କହିଥିଲେ ।

ସୂଚନା ଥାଉକି ଶାହା ଫୈସଲ ଚାକିରି ଛାଡିବା ପରେ ଜମ୍ମୁ –କାଶ୍ମୀରରେ ରାଜନୀତି କରିବାକୁ ମନସ୍ଥ କରିଥିଲେ । ଏନେଇ ସେ ଜମ୍ମୁ-କାଶ୍ମୀରରେ ଜମ୍ମୁ-କାଶ୍ମୀର ପିପୁଲ୍ସ ମୁଭମେଣ୍ଟ (ଜେକେପିଏମ) ନାମରେ ଏକ ରାଜନୈତିକ ଦଳ ଗଠନ କରିଥିଲେ । ହେଲେ ଜମ୍ମୁ –କାଶ୍ମୀରରୁ କେନ୍ଦ୍ର ସରକାର ସ୍ପେଶାଲ ଷ୍ଟାଟସ ପତ୍ୟାହାର କରିବା ପରେ ଫୈସଲଙ୍କ ରାଜନୈତିକ ଦଳକୁ ବ୍ୟାନ କରିବା ସହ ପବ୍ଲିକ ସେଫ୍ଟି ଆକ୍ଟରେ ଅଟକ ରଖାଯାଇଥିଲା ।