ବିପଦରେ ବିଶ୍ୱ ଐତିହ୍ୟ କୋଣାର୍କର କାରୁକାର୍ଯ୍ୟ : ହଟୁଛି ସୂକ୍ଷ୍ମ କାରୁକାର୍ଯ୍ୟ, ଲାଗୁଛି ସାଧା ପଥର

178

କନକ ବ୍ୟୁରୋ : କୋଣାର୍କ ମନ୍ଦିରରେ ଶୋଭା ପାଉଥିବା କାରୁକାର୍ଯ୍ୟପୂର୍ଣ୍ଣ ମୂର୍ତ୍ତି ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ସୂକ୍ଷ୍ମ କାରୁକାର୍ଯ୍ୟ ହଜିଯାଇ ସେ ସ୍ଥାନରେ ଶୋଭା ପାଇଲାଣି ସାଧା ପଥର । ଲୁହା ରଡ ଭାରାରେ ଘୋଡ଼େଇ ରଖି ବର୍ଷ ବର୍ଷ ଧରି କି ମରାମତି କରାଯାଉଛି କେଜାଣି, ବିଶ୍ୱ ଐତିହ୍ୟସ୍ଥଳୀ ଯେକୌଣସି ମୁହୂର୍ତରେ ପଥରସ୍ତୂପରେ ପରିଣତ ହୋଇଯାଇପାରେ, ଏଭଳି ଆଶଙ୍କା ସୃଷ୍ଟି ହେଲାଣି ହେଲାଣି । ବାର ଶହ ବଢ଼େଇଙ୍କ ନିହାଣ ମୁନରୁ ସୃଷ୍ଟି ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରକୁ ବରବାଦ କରିଦେବା ଲାଗି ଏମିତି ଢଙ୍ଗରେ ବଡ଼ ଧରଣର ଷଡ଼ଯନ୍ତ୍ର ମୁଣ୍ଡ ଟେକିଛି ।

en.wikipedia.org

ଗୋଟିଏ କି ଦୁଇଟି ନୁହେଁ, ମୁଖଶାଳାର ୪୦ ପ୍ରତିଶତ କାରୁକାର୍ଯ୍ୟ ହଜିଯାଇ ତା ସ୍ଥାନରେ ସାଧା ପଥରଖଣ୍ଡ ଲଗାଇ ଦିଆଯାଇଛି । ସ୍ଥିତି ଅତ୍ୟନ୍ତ ଗମ୍ଭୀର ଆଡ଼କୁ ଗତି କରୁଥିଲେ ହେଁ କେନ୍ଦ୍ର ଓ ରାଜ୍ୟ ସରକାର ବେଫିକର । ବିଶ୍ୱବାସୀ ଥରୁଟିଏ କୋଣାର୍କ ମନ୍ଦିର ଦେଖିବାର ଆବଶ୍ୟକତା ରହିଛି ବୋଲି ମତ ରଖିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଓ ତାଙ୍କ ସରକାର କୋଣାର୍କର ଦୁଃସ୍ଥିତି ନେଇ ଥରୁଟିଏ ବି ସମୀକ୍ଷା କରିନାହାନ୍ତି । ଏଏସ୍ଆଇର ମନମାନି, ଦାୟିତ୍ୱହୀନତା ଏବେ ଐତିହ୍ୟକୁ ଇତିହାସ କରିଦେବା ଲାଗି ଯେମିତି ଅଣ୍ଟା ଭିଡ଼ିଛି । ଏଠି ସଂସ୍କୃତିପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସରକାର ବି ଏଭଳି ଐତିହ୍ୟ କୀର୍ତିରାଜି ନଷ୍ଟଭ୍ରଷ୍ଟ ହେଉଥିବା ଜାଣିଛନ୍ତି। ହେଲେ ନିର୍ବିକାର । କାହାର ଏଥିପ୍ରତି ଖାତିର ନାହିଁ । ଆଉ କିଛି ବର୍ଷ ପରେ କୋଣାର୍କ କେବଳ ପୁସ୍ତକର ଛବି ହୋଇରହିଯିବ ।

ଯେଉଁ ଓଡ଼ିଶାରୁ ଦ୍ୱିତୀୟ କୋଣାର୍କର ସ୍ବର ଉଠୁଛି, ଆଜି ବି ଗାଁ ଗଣ୍ଡାରେ ହଜାର ହଜାର ଶିଳ୍ପୀ ପଥରରେ ଆକର୍ଷଣୀୟ କଳାକୃତୀ କରିବାର କ୍ଷମତା ରଖିଛନ୍ତି, ସେଠାରେ କୋଣାର୍କରଏଭଳି ଦୁଃସ୍ଥିତି କାହିଁକି ? ଏଏସଆଇ କର୍ତୃପକ୍ଷ କାହା ହାତରେ ବିଶ୍ୱ ପ୍ରସିଦ୍ଧ କୋଣାର୍କର ଐତିହ୍ୟ କୀର୍ତିରାଜି ସୁରକ୍ଷା ଦାୟିତ୍ୱ ଛାଡିଛନ୍ତି ? କେନ୍ଦ୍ର ସଂସ୍କୃତି ଓ ପର‌୍ୟ୍ୟଟନ ବିଭାଗ, ରାଜ୍ୟ ସରକାରଙ୍କ ପର‌୍ୟ୍ୟଟନ ବିଭାଗ, ସର୍ବୋପରି ଉଭୟ ପ୍ରତ୍ନତତ୍ୱ ସଂସ୍ଥା କୋଣାର୍କ ପ୍ରତି ଏତେ ବିମୁଖ ହୋଇଇପଡିଛନ୍ତି କାହିଁକି ?

konark sun temple

କୋଣାକ ସୁରକ୍ଷା ସମିତି ଅଭିଯୋଗ କରିଛି, ବିଶ୍ୱ ଐତିହ୍ୟ ତାଲିକାରୁ କୋଣାର୍କକୁ ବାଦ ଦେବା ଲାଗି ବିଧିବଦ୍ଧ ଷଡ଼ଯନ୍ତ୍ର ଆରମ୍ଭ ହୋଇଛି । ଏଏସଆଇର ଅଣଓଡ଼ିଆ ଅଧିକାରୀମାନେ ଓଡ଼ିଆଜାତିର ଏହି କୀର୍ତିରାଜି ପ୍ରତି ବୈମାତୃକ ମନୋଭାବ ପୋଷଣ କରିଚାଲିଛନ୍ତି । ସୂର୍ଯ୍ୟମନ୍ଦିରର ମୁଖଶାଳା ଦିନକୁ ଦିନ ବିପଦସ˚କୁଳ ଅବସ୍ଥାକୁ ଚାଲିଯାଉଛି । ଅବକ୍ଷୟ ଦ୍ରୁତ ଗତିରେ ହେଉଛି ।