ବିଜେପି ଅଧିକ ଭୋଟ ପାଇଲା, କିନ୍ତୁ କଂଗ୍ରେସ ସରକାର ଗଢିଲା ! ମଧ୍ୟପ୍ରଦେଶ ନିର୍ବାଚନର କିଛି ଅଜଣା କଥା

ମଧ୍ୟପ୍ରଦେଶରେ କଂଗ୍ରେସଠାରୁ ଅଧିକ ଭୋଟ ପାଇଲା ପରେ ବି କ୍ଷମତାକୁ ଆସିପାରିଲାନି ବିଜେପି

1,001

କନକ ବ୍ୟୁରୋ : ଭୋଟ୍ ମିଳିଲା ଆସନ ମିଳିଲାନି । ମଧ୍ୟପ୍ରଦେଶରେ କଂଗ୍ରେସଠାରୁ ଅଧିକ ଭୋଟ୍ ପାଇଥିଲେ ସୁଦ୍ଧା କ୍ଷମତାକୁ ଆସି ପାରିଲାନି ବିଜେପି । ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଗଢ଼ିବାକୁ ଯାଉଥିବା ବେଳେ ନିର୍ବାଚନ ଫଳାଫଳର ପରିସଂଖ୍ୟାନ ସମସ୍ତଙ୍କୁ ଚକିତ କରିଦେଇଛି । ବିଜେପି କଂଗ୍ରେସଠାରୁ ୪୭ ହଜାର ୮୧୭ଟି ଭୋଟ୍ ଅଧିକ ପାଇଥିଲେ ବି ଆସନ ସଂଖ୍ୟା ମାତ୍ର ୧୦୯ରେ ସୀମିତ ରହିଛି । ଅନ୍ୟପଟେ କଂଗ୍ରେସ ୧୧୪ଟି ଆସନ ପାଇ ସରକାର ଗଢ଼ିବାକୁ ଯାଉଛି । ନଜର ପକାନ୍ତୁ ମଧ୍ୟପ୍ରଦେଶ ନିର୍ବାଚନ ଫଳାଫଳର ଗଣିତ ଉପରେ ।

-ମଧ୍ୟପ୍ରଦେଶରେ କଂଗ୍ରେସଠାରୁ ଅଧିକ ଭୋଟ୍ ପାଇଛି ବିଜେପି
-ବିଜେପିର ଭୋଟ ହାର ୪୧%, କଂଗ୍ରେସର ୪୦.୯%
-ପରାଜିତ ବିଜେପି ୦.୧% ଅଧିକ ଭୋଟ୍ ପାଇଛି
-ବିଜେପି ପାଇଛି ୧ କୋଟି ୫୬ ଲକ୍ଷ ୪୨ ହଜାର ୯୮୦ ଭୋଟ୍
-କଂଗ୍ରେସ ପାଇଛି ୧ କୋଟି ୫୫ ଲକ୍ଷ ୯୫ ହଜାର ୧୫୩ ଭୋଟ୍
-କଂଗ୍ରେସ ଠାରୁ ବିଜେପି ୪୭ ହଜାର ୮୧୭ ଭୋଟ୍ ଅଧିକ ପାଇଛି
– ୧୩ଟି ଆସନରେ ୨ହଜାରରୁ କମ୍ ଭୋଟରେ ହାରିଛନ୍ତି ପ୍ରାର୍ଥୀ
-ଏହି ୧୩ଟି ଆସନରୁ ୮ଟି ଆସନରେ କଂଗ୍ରେସ ପ୍ରାର୍ଥୀ ଜିତିଛନ୍ତି
-୯ଟି ଆସନରେ ହଜାରରୁ କମ୍ ଭୋଟରେ ହାରିଛନ୍ତି ପ୍ରାର୍ଥୀ
-ଏହି ୯ଟିରୁ ୬ଟି ଆସନରେ ବିଜୟୀ ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀ
-ସାଉଦ୍ ଗ୍ୱାଲିୟରରେ ୧୨୧ଟି ଭୋଟରେ ହାରିଲେ ବିଜେପି ପ୍ରାର୍ଥୀ
-ସୁୱାସ ଆସନରେ ମାତ୍ର ୩୫୦ ଭୋଟରେହାରିଛନ୍ତି ବିଜେପି ପ୍ରାର୍ଥୀ
-ନର୍ଥ ଜବଲପୁରରେ ମାତ୍ର ୫୭୮ ଭୋଟରେ ହାରିଲେ ବିଜେପି ପ୍ରାର୍ଥୀ
-୫ ଲକ୍ଷ ୪୨ ହଜାର ଲୋକ ନୋଟାରେ ଭୋଟ୍ ଦେଇଛନ୍ତି
-ନୋଟାରେ ପଡ଼ିଥିବା ଭୋଟର ପ୍ରତିଶତ ହେଉଛି ୧.୪