ପେଟ୍ରୋଲ ଦର ବୃଦ୍ଧି ବିରୋଧରେ ଆଜିଠାରୁ କଂଗ୍ରେସର ଆନ୍ଦୋଳନ : ୧୦ ଦିନ ଚାଲିବ ପ୍ରତିବାଦ; ୧୭ ତାରିଖରେ ପ୍ରତି ପେଟ୍ରୋଲ ପମ୍ପ ଆଗରେ ହେବ ଦସ୍ତଖତ ଅଭିଯାନ

141

କନକ ବ୍ୟୁରୋ : ପେଟ୍ରୋଲ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ । ଆଜିଠାରୁ ୧୭ ତାରିଖ ପର୍ଯ୍ୟନ୍ତ ୧୦ ଦିନ ଧରି ରାଜ୍ୟବ୍ୟାପି ଆନ୍ଦୋଳନ କରିବ କଂଗ୍ରେସ । ପ୍ରତ୍ୟେକ ବ୍ଲକ ଆଗରେ ତୈଳ ଦର ବୃଦ୍ଧି ସହ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧିକୁ ନେଇ ପ୍ରତିବାଦ କରିବ କଂଗ୍ରେସ ।

ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି, ୯ ତାରିଖରେ ଜିଲ୍ଲା ସ୍ତରରେ, ୧୪ ତାରିଖରେ ଭୁବନେଶ୍ୱରରେ, ୧୫ ତାରିଖରେ ପେଟ୍ରୋଲ ନକିଣିବା ପାଇଁ ଜନସାଧାରଣଙ୍କୁ ଅପିଲ କରିବ କଂଗ୍ରେସ । ୧୭ ତାରିଖ ଦିନ ପ୍ରତି ପେଟ୍ରୋଲ ପମ୍ପ ଆଗରେ ଦସ୍ତଖତ ଅଭିଯାନ କରିବ କଂଗ୍ରେସ । ଏହାସହ କଂଗ୍ରେସ କର୍ମୀମାନେ ଘର ଘର ବୁଲି ମାସେ ପର୍ଯ୍ୟନ୍ତ କୋଭିଡ଼ ଆକ୍ରାନ୍ତ ଓ କୋଭିଡ଼ ମୃତ୍ୟୁ ସଂଖ୍ୟା ନେଇ ତଥ୍ୟ ସଂଗ୍ରହ କରିବେ ।