କନକ ବ୍ୟୁରୋ : କନ୍ଦଳ ଭିତରେ ଆରମ୍ଭ ହେଲା କଂଗ୍ରେସର କାର୍ଯ୍ୟକାରିଣୀର ବୈଠକ । ତେବେ ଏଥର କଂଗ୍ରେସ ଭବନରେ ବୈଠକ ନହୋଇ ଭୁବନେଶ୍ୱରର ଏକ ହୋଟେଲ ଚାଲିଛି ବୈଠକ । ପ୍ରଥମେ ପଲିଟିକାଲ ଆଫେୟାର୍ସ ବୈଠକ ଆରମ୍ଭ ହୋଇଛି । ତାପରେ ରହିଛି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ହେବ । ଶେଷରେ ବସିବ ରାଜ୍ୟ କଂଗ୍ରେସ ପଦାଧିକାରୀ ବୈଠକ । ବୈଠକରେ ସମସ୍ତ ବିଧାୟକ, ସାଂସଦ ଓ ଦଳର ବରିଷ୍ଠ ନେତା ଯୋଗ ଦେଇଛନ୍ତି ।

Advertisment

ତେବେ କଂଗ୍ରେସ ଭବନ ବାହାରେ ବୈଠକ ନହେବାକୁ ନେଇ ଭିନ୍ନ ଚର୍ଚ୍ଚା ହେଉଛି । କୁହାଯାଉଛି, ନିଲମ୍ବିତ ନେତାଙ୍କ ସମର୍ଥକ କଂଗ୍ରେସ ଭବନରେ ହଙ୍ଗାମା କରିବାରୁ,କାଳେ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିବ ସେଥିପାଇଁ ହୋଟେଲରେ ମିଟିଂର ଆୟୋଜନ କରାଯାଇଛି । ଆଜିର ବୈଠକରେ ନିଲମ୍ବିତ ନେତାଙ୍କ ପ୍ରସଙ୍ଗ ଉଠିପାରେ ବୋଲି ସୂଚନା ମିଳିଛି । ତେବେ ବୈଠକରେ କଣ ଆଲୋଚନା ହେଉଛି ତା ଉପରେ ସମସ୍ତଙ୍କ ନଜର ରହିଛି । କାରଣ ଗତକାଲି ବସିଥିବା ଶୃଂଖଳା କମିଟି ବୈଠକରେ ଏ ସମ୍ପର୍କରେ କୌଣସି ଆଲୋଚନା ହୋଇନଥିଲା ।