ପିଆଜ ବିକିଲା କଂଗ୍ରେସ: ମାତ୍ର ୪୦ ଟଙ୍କାରେ ପିଆଜ ଦେଲା କଂଗ୍ରେସ । ଦର ଶସ୍ତା ଶୁଣି ମାଷ୍ଟରକ୍ୟାଣ୍ଟିନ ଧାଇଁଛନ୍ତି ଲୋକେ

1,036

କନକ ବ୍ୟୁରୋ: ପିଆଜ ବିକିଲା କଂଗ୍ରେସ । ଶସ୍ତାରେ ଲୋକଙ୍କୁ ପିଆଜ ବିକିଲେ କଂଗ୍ରେସ ନେତା । ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରେ ବୁଲିବୁଲି ଲୋକଙ୍କୁ ପିଆଜ ବିକୁଛି କଂଗ୍ରେସ । ପିଆଜର ଅହେତୁକ ଦର ବୃଦ୍ଧିକୁ ଭିନ୍ନ ଏକ ଭଙ୍ଗିରେ ପ୍ରତିବାଦ କରିଛି କଂଗ୍ରେସ । ତେବେ କଂଗ୍ରେସ ଶସ୍ତାରେ ପିଆଜ ବିକୁଥିବାରୁ ପିଆଜ କିଣିବାକୁ ଲୋକଙ୍କ ଲମ୍ବା ଧାଡି ଲାଗିଛି ।

ତେବେ କଂଗ୍ରେସ ୪୦ ଟଙ୍କାରେ ପିଆଜ ବିକୁଥିବା ଶୁଣି ଲୋକଙ୍କ ଲାଗିଛି ଲମ୍ବା ଲାଇନ । ଖବର ଶୁଣି ବିଭିନ୍ନ ଅଞ୍ଚଳରୁ ଲୋକେ ପିଆଜ କିଣିବାକୁ ଧାଇଁଛନ୍ତି । ତେବେ ମୋଟ ୨ କୁଇଣ୍ଟାଲ ପିଆଜ ବିକ୍ରି କରିବାକୁ କଂଗ୍ରେସ ସ୍ଥିର କରିଥିବା ବେଳେ ସମସ୍ତଙ୍କୁ ୪୦ ଟଙ୍କାରେ ଅଧ କେଜିଏ ଲେଖାଏଁ ଦିଆଯାଉଛି ।

ପିଆଜ ବିକ୍ରି ବେଳେ କଂଗ୍ରେସ ପଲିଥିନ ବ୍ୟାନକୁ ମଧ୍ୟ ଗୁରୁତ୍ୱ ଦେଇଛି । ପଲିଥିନ ନୁହେଁ ବରଂ କାଗଜରେ ଗୋଡାଇ ପିଆଜ ବିକୁଛି କଂଗ୍ରେସ । ସେପଟେ ପିଆଜ ବିକି ନବୀନ ସରକାରଙ୍କୁ କଂଗ୍ରେସ ଟାର୍ଗେଟ କରିଛି । ପିଆଜ ଭିତିରେ ମୋଦି-ନବୀନଙ୍କ ଫଟୋ ରଖି ଫଟୋ ତଳେ ୫୦ ଟଙ୍କା ଲେଖାଏଁ ଲେଖି କେଜି ୧୦୦ ଟଙ୍କା ବୋଲି ଦର୍ଶାଇଛି କଂଗ୍ରେସ ।

ତେବେ ବଜାରରେ ୧୦୦ ତଳକୁ ପିଆଜ ଦର ଖସୁ ନଥିବାରୁ ଲୋକଙ୍କ ପାଟିରେ ପିଆଜ ବାଜୁନି । ଆଉ ଏତିକି ବେଳେ କଂଗ୍ରେସ ଶସ୍ତାରେ ମାତ୍ର ୪୦ ଟଙ୍କାରେ ପିଆଜ ଦେଉଥିବାରୁ ଲୋକେ ତରବରିଆ ହୋଇ ମାଷ୍ଟରକ୍ୟାଣ୍ଟିନ ଧାଉଁଛନ୍ତି ।