ତେଲ ଦର ବୃଦ୍ଧି ପ୍ରତିବାଦରେ ସାରା ରାଜ୍ୟରେ କଂଗ୍ରେସର ବନ୍ଦ ପାଳନ । କଟକ, ପୁରୀ, ବାଲେଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ ରାସ୍ତା ଉପରକୁ ଆସିଲେ କଂଗ୍ରେସ କର୍ମୀ, ଗାଡି ଚଳାଚଳ ବାଧାପ୍ରାପ୍ତ ।

98

କନକ ବ୍ୟୁରୋ: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ୬ ଘଂଟିଆ ବନ୍ଦ ପାଳନ । ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ଏହି ବନ୍ଦ ପାଳନ କରାଯିବ । ବନ୍ଦରେ ରୋଗୀ, ଗଣମାଧ୍ୟମ ପ୍ରତିନିଧି, ବାହାଘର ଗାଡି, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ କୌଣସି ବାଧା ଦିଆଯିବ ନାହିଁ ବୋଲି ପିସିସି ସଭାପତି କହିଛନ୍ତି । ଆମ୍ବୁଲାନ୍ସ ଓ ଦୁଗ୍ଧ ଗାଡି ଅବାଧରେ ଗଡିବ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ତେବେ ତେଲ ଦର ବୃଦ୍ଧି ପ୍ରତିବାଦରେ ସାରା ରାଜ୍ୟରେ କଂଗ୍ରେସର ବନ୍ଦ ପାଳନ ଜାରି ରହିଥିବାବେଳେ କଟକ, ପୁରୀ, ବାଲେଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ ରାସ୍ତା ଉପରକୁ ଆସିଲେ କଂଗ୍ରେସ କର୍ମୀ । ତେବେ ଏହାଯୋଗୁଁ ରାଜରାସ୍ତାରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଟ୍ୱିନସିଟିର ପ୍ରମୂଖ ଛକ ମାନଙ୍କରେ ବ୍ୟାପକ ପୋଲିସ ମୂତୟତ ହୋଇଛନ୍ତି ।