କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ: ସୋନିଆ ଗାନ୍ଧୀଙ୍କୁ ଭେଟିଲେ ଶଶି ଥରୁର, ବଢିବାରେ ଲାଗିଛି ଆଲୋଚନା।

119

କନକ ବ୍ୟୁରୋ: କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ଦଳର ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ସୋମବାର ଦଳର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ଏହି ଭେଟଘାଟର କାରଣ କଣ । ଲୋକସଭାର ସଦସ୍ୟ ଥରୁର ସୋନିଆ ଗାନ୍ଧୀଙ୍କୁ ଏହିଭଳି ସମୟରେ ଭେଟୁଛନ୍ତି ଯେତେବେଳେ ସଙ୍କେତ ମିଳିଛି ଯେ ସେ ଆଗାମୀ ଅଧ୍ୟକ୍ଷ ହୋଇପାରନ୍ତି ।

କଂଗ୍ରେସର ଅଧ୍ୟକ୍ଷପଦ ପାଇଁ ସେପ୍ଟେମ୍ବର ୨୨ରେ ନୋଟିସ ଜାରିହେବ । ସେହିଭଳି ନାମାଙ୍କନ ପ୍ରକ୍ରିୟା ୨୪ରୁ ୩୦ ତାରିଖ ମଧ୍ୟରେ ଶେଷ ହେବ । ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଅକ୍ଟୋବର ୮ ତାରିଖ ରହିଛି । ଯଦି ଗୋଟିଏରୁ ଅଧିକ ପ୍ରାର୍ଥୀ ଏହି ପଦ ପାଇଁ ନାମାଙ୍କନ ଦାଖଲ କରିଥିବେ ତେବେ ଅକ୍ଟୋବର ୧୭ ତାରିଖରେ ମତଦାନ ହେବ । ୧୯ ଅକ୍ଟୋବରରେ ସଭାପତି ନିର୍ବାଚନର ଫଳ ଘୋଷଣା ହେବ ।