କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ : କିଏ ହେବେ ‘ହାତ’ ଦଳର ନେତା ?

101

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଜାରି ରହିଛି ହଟଚମଟ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଅଧ୍ୟକ୍ଷ ପଦ ପାଇଁ ହେବାକୁ ଥିବା ନିର୍ବାଚନ ଲଢିବେ । ସଭାପତି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି କହିଛନ୍ତି ଗେହଲଟ୍ । ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ସ୍ଥିର କରିଛନ୍ତି ।

ଗେହଲଟ୍ କହିଛନ୍ତି, ଆଜି ପର୍ଯ୍ୟନ୍ତ ଯେଉଁମାନେ କଂଗ୍ରେସ ଅଧ୍ୟକ୍ଷ ରହି ଆସିଛନ୍ତି ସେମାନେ ଆଦୌ ମୁଖ୍ୟମନ୍ତ୍ରୀ ନଥିଲେ । ଯଦି ତାଙ୍କୁ ସୁଯୋଗ ମିଳେ ତେବେ ସେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ କାମ କରିବେ । ଗେହଲଟ୍ କଂଗ୍ରେସ ଅଧ୍ୟକ୍ଷ ହେଲେ ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ?

ନୂଆ ମୁଖ୍ୟମନ୍ତ୍ରୀ ପାଇଁ ରାଜ୍ୟ ବିଧାନସଭା ବାଚସ୍ପତି ସିପି ଯୋଶୀଙ୍କ ନାଁ ଗେହଲଟ୍ ସୁପାରିଶ କରିଥିବା ଜଣାପଡ଼ିଛି । ସଚିନ୍ ପାଇଲଟ୍ ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡ଼ରେ ରହିଛନ୍ତି । ଏହାକୁ ନେଇ ଗେହଲଟ୍ ଓ ପାଇଲଟ୍ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ତୀବ୍ର ହୋଇଛି ।