ରାଜନୀତିରେ ମୁହାଁମୁହିଁ , ବାହାରେ କୋଳାକୋଳି! ଜୟପୁର ‘ପରବ’ ଉତ୍ସବରେ ଏକାଠି ନାଚିଲେ କଂଗ୍ରେସ ବିଧାୟକ ତାରା ଓ ବିଜେଡି ସାଂସଦ ଝିନ୍ନ ହିକକା

37

କନକ ବ୍ୟୁରୋ : କୋରାପୁଟର ଲୋକମହୋତ୍ସବ ‘ପରବ’ ଜୟପୁରରେ ଆରମ୍ଭ ହୋଇଛି । ପରବର ଉଦଘାଟନୀ ଉତ୍ସବରେ ବିଜେଡି, କଂଗ୍ରେସ ନେତା ହାତ ଧରା ଧରି ହୋଇ ନାଚୁଛନ୍ତି । କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି, ବିଜେଡି ସାଂସଦ ଝିନ୍ନ ହିକକା କାନ୍ଧରେ କାନ୍ଧ ମିଶାଇ ନାଚିଥିଲେ । ନେତା ଓ ତାଙ୍କ ସମର୍ଥକଙ୍କ ମନ ମତାଣିଆ ନୃତ୍ୟ ଉପସ୍ଥିତ ଲୋକଙ୍କୁ ମନୋରଂଜନର ମଧ୍ୟ ଖୋରାକ ଯୋଗାଇଛି । କଂଗ୍ରେସ ନେତା ଓ ବିଜେଡି ନେତା ଲୋକମହୋତ୍ସବ ପରବରେ ହାତରେ ହାତ ଛନ୍ଦି ବାଦ୍ୟର ତାଳା ତାଳେ ପାଦ ମିଶିଇବା ଘଟଣା ଏବେ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।