କଟକ କଂଗ୍ରେସର କନ୍ଦଳ । ଦଳ ଛାଡିଲେ ମୋକିମଙ୍କ ସମର୍ଥକ, ପ୍ରତିକ୍ରିୟା ଦେଲେ ମୋକିମ୍

764

କନକ ବ୍ୟୁରୋ : ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ମହମ୍ମଦ ମୋକିମ ଭୋଟ ଦେବା ପରେ ଦଳ ତାଙ୍କ ଉପରେ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା । ଏହାକୁ ନେଇ କଟକ କଂଗ୍ରେସର ଅନେକ ମୋକିମ୍ ସମର୍ଥକ ଅସନ୍ତୁଷ୍ଟ ଥିବା କଥା କହିବା ସହ ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ।

କିଛି ନେତା ଦଳ ଛାଡିବା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ । ସେ କହିଛନ୍ତି କି ଯଦି କିଛିନେତା ଦଳ ଛାଡିଛନ୍ତି ତେବେ ସେମାନଙ୍କ ମନରେ କିଛି ଅସନ୍ତୁଷ୍ଟ ରହିଛି । ସେମାନେ ଦଳ ଛାଡିବା ପୂର୍ବରୁ ରାଜ୍ୟ ମୁଖିଆଙ୍କ ସହ ଆଲୋଚନା କରିବାର ଥିଲା । ଦଳର ନେତା ଓ କର୍ମୀମାନେ ପିସିସି ସଭାପତିଙ୍କ ବିରୋଧରେ କିଛି କହିବା ପୂର୍ବରୁ ଏନେଇ ଆଲୋଚନା କରିବାର ଥିଲା ବୋଲି ମୋକିମ କହିଛନ୍ତି । ଏହାସହ ସେ କହିଛନ୍ତି କି ଯଦି ଅନ୍ତଃକନ୍ଦଳ ରହିଛି ତେବେ ତୁରନ୍ତ ପିସିସି ସଭାପତିଙ୍କ ସହ ବସି ତାର ସମାଧାନ କରାଯିବା ଉଚିତ ।

ସେପଟେ ପ୍ରେସ କନଫରେନ୍ସରେ କଂଗ୍ରେସ ନେତା ବିବେକାନନ୍ଦ ପାଣିଗ୍ରାହୀ ଦେଇଥିବା ବୟାନକୁ ନେଇ ମୋକିମ କହିଛନ୍ତି କି ‘ବିବେକାନନ୍ଦ ପାଣିଗ୍ରାହୀ ଜଣେ ଭଦ୍ର ଲୋକ । ସେ କଂଗ୍ରେସ ପରିବାର ରୁ ଆସିଛନ୍ତି। ମୁଁ ଜାଣିନି ସେ କ’ଣ ମନ୍ତବ୍ୟ ଦେଇଛନ୍ତି। ଯଦି ସେ ଏଭଳି ମନ୍ତବ୍ୟ ଦେଇଥିବେ ତାଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ଏବଂ ତାଙ୍କୁ ଧନ୍ୟବାଦ ଦେବି । ସେ କଂଗ୍ରେସର ମନ ବୁଝିଛନ୍ତି । ଯଦି ଏଭଳି ଟିପଣୀ ଦେଇଛନ୍ତି ତାଙ୍କୁ ବାଧିଥିବ। ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବାକୁ ଦଳରେ ହୁଇପ ନଥିଲା । ତାଙ୍କ ମନରେ ଯାହା ଅସନ୍ତୋଷ ଥିଲା ସେ ପ୍ରକାଶ କରିଛନ୍ତି। ମୁଁ ତାଙ୍କ ସହ ଆଲୋଚନା କରିବି ‘