ମୋକିମଙ୍କ ବିରୋଧରେ ହାଇକମାଣ୍ଡଙ୍କୁ ଜଣାଇଲେ ନରସିଂହ ମିଶ୍ର । କହିଲେ, ନିର୍ଦ୍ଦେଶ ଆସିଲେ ହେବ କାର୍ଯ୍ୟାନୁଷ୍ଠାନ

230

କନକ ବ୍ୟୁରୋ : ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ । କହିଲେ ଏହି ନିର୍ବାଚନରେ ଦଳୀୟ ହ୍ୱିପ୍ ଲାଗୁ ହୁଏନି । ବିଧାୟକ ଓ ସାଂସଦମାନେ ନିଜ ବିବେକ ଅନୁସାରେ ଭୋଟ୍ ଦେବାର ନିୟମ ରହିଛି । ଆଉ ଏପରି ସ୍ଥିତିରେ ମୋକିମ ଏନଡିଏ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି । ବିରୋଧୀ ଦଳର ମିଳିତ ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ଭୋଟ୍ ଦେବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି । ଦ୍ରୌପଦୀ ଓଡିଆ ଝିଅ ହୋଇଥିବାରୁ ତାଙ୍କୁ ଭୋଟ୍ ଦେଇଛନ୍ତି ବୋଲି ମହମ୍ମଦ ମୋକିମ କହିଛନ୍ତି ।

ଅନ୍ୟପଟେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଏ ନେଇ ଦଳର ହାଇକମାଣ୍ଡଙ୍କୁ ଅବଗତ କରାଇଥିବା କହିଛନ୍ତି । ଦଳୀୟ ନିର୍ଦ୍ଦେଶ ଅବମାନନା କରିଥିବାରୁ କଂଗ୍ରେସ ଆଗାମୀ ଦିନରେ ମୋକିମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ । ପିସିସି ସଭାପତି ଭାବେ ଶରତ ପଟ୍ଟନାୟକ ନିଯୁକ୍ତ ହେବା ପରେ ମୋକିମ ଅସନ୍ତୁଷ୍ଟ ଥିବା ଜଣାପଡିନଥିଲା । ଏହାପରେ ବିଭିନ୍ନ ବୈଠକକୁ ମଧ୍ୟ ମୋକିମ ଆସିନଥିଲେ ।