ମଧ୍ୟପ୍ରଦେଶରେ ମ୍ୟାଜିକ୍ ନମ୍ବର ଛୁଇଁଲା କଂଗ୍ରେସ ! ମଉଳିଲା ପଦ୍ମ, ଉଠୁଛି ହାତ ।

545

କନକ ବ୍ୟୁରୋ : ରାଜସ୍ଥାନ ଏବଂ ଛତିଶଗଡ ପରେ ମଧ୍ୟପ୍ରଦେଶରେ ମଧ୍ୟ କରିସ୍ମା କଲା କଂଗ୍ରେସ । ପ୍ରାରମ୍ଭିକ ଟ୍ରେଣ୍ଡର ରିପୋର୍ଟ ଅନୁଯାୟୀ, ମଧ୍ୟପ୍ରଦେଶରେ ବିଜେପିକୁ ପଛରେ ପକାଇ ଆଗକୁ ବଢି ଚାଲିଛି କଂଗ୍ରେସ । ରିପୋର୍ଟ ଲେଖିବା ସମୟ ପର୍ଯ୍ୟନ୍ତ ମଧ୍ୟପ୍ରଦେଶରେ ବିଜେପିକୁ ୯୯ଟି ଆସନ ମିଳିଥିବା ବେଳେ କଂଗ୍ରେସ ୧୧୬ଟି ଆସନ ଅକ୍ତିଆର କରିସାରିଲାଣି । ସେହିପରି ଅନ୍ୟାନ୍ୟ ଦଳ ୧୫ଟି ଆସନ ଅକ୍ତିଆର କରିଥିବା ଜଣାପଡିଛି ।

ବିଜେପିର ଗଡ ବୋଲି କୁହାଯାଉଥିବା ମଧ୍ୟପ୍ରଦେଶରେ ଭାରତୀୟ ଜନତା ପାର୍ଟି ଛାତିରେ ପଶୁଛି ଛନକା । ବିଜେପି ଠାରୁ କଂଗ୍ରେସ ଆଗକୁ ବଢି ବଢି ଚାଲିଛି । ପ୍ରାରମ୍ଭିକ ଟ୍ରେଣ୍ଡର ରିପୋର୍ଟ ଅନୁଯାୟୀ, ରାଜସ୍ଥାନ ଏବଂ ଛତିଶଗଡରେ କଂଗ୍ରେସ ସରକାର ଗଢିବା ଏକ ପ୍ରକାର ସ୍ପଷ୍ଟ ହୋଇଥିବା ଭଳି ଜଣାପଡୁଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରଖୁଥିବା ମଧ୍ୟପ୍ରଦେଶ ଉପରେ ଏବେ ରହିଛି ସାରା ଦେଶର ନଜର । ମଧ୍ୟପ୍ରଦେଶକୁ ବିଜେପିର ଗଡ ବୋଲି କୁହାଯାଉଥିବା ବେଳେ ଏବେ ସବୁଠାରୁ ବଡ ପ୍ରଶ୍ନ ଉଠୁଛି ବିଜେପି ନିଜ ଗଡ ବଞ୍ଚାଇପାରିବ ନା ନାହିଁ ।