ରାହୁଲ ଗାନ୍ଧୀଙ୍କ ‘ଟ୍ୱିଟର ନୀତି’ କୁ ନେଇ ହଇଚଇ । ଗୋଟିଏ ଦିନରେ କିଛି ନେତା ଓ ପତ୍ରକାରଙ୍କୁ କଲେ ଅନ୍ ଫଲୋ ।

253

କନକ ବ୍ୟୁରୋ : ଜାତୀୟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ବର୍ତ୍ତମାନ ୱାଇନାଡୁର ସାଂସଦ ରାହୁଲ ଗାନ୍ଧୀ କିଛିଦିନ ହେବ ସୋସିଆଲ ମିଡିଆ ସାଇଟ୍ ଟ୍ୱିଟରରେ ଚର୍ଚ୍ଚିତ ହୋଇ ରହିଛନ୍ତି । ଏହାର କାରଣ ମଙ୍ଗଳବାର ଦିନ ରାହୁଲ ଗାନ୍ଧୀ କିଛି ଲୋକଙ୍କୁ ଟ୍ୱିଟରରେ ଅନ୍ ଫଲୋ କରିଛନ୍ତି । ଏହି ଲୋକମାନଙ୍କ ମଧ୍ୟରେ ନିଜ ଦଳର କିଛି ନେତା ଥିବା ବେଳେ କିଛି ନିକଟତର ଲୋକ ଓ କିଛି ସାମ୍ବାଦିକ ସାମିଲ ଅଛନ୍ତି । କେବଳ ସେତିକି ନୁହେଁ ନିଜ ସଂସଦୀୟ କ୍ଷେତ୍ର ୱାଇନାଡୁରେ ସାଂସଦ ଅଫିସ୍ ରେ କାର୍ଯ୍ୟ କରୁଥିବା କିଛି ଲୋକ ଓ ଦିଲ୍ଲୀର କିଛି ବରିଷ୍ଠ ସାମ୍ବାଦିକ ବି ରହିଛନ୍ତି । ରାହୁଲ ଗାନ୍ଧୀଙ୍କ ଏଭଳି କାର୍ଯ୍ୟକୁ ନେଇ ସୋସିଆଲ ମିଡିଆ ସହ ରାଜନୈତିକ ମହଲରେ ବି ଚର୍ଚ୍ଚା ଯୋର ଧରିଛି ।

ଏନେଇ ଚର୍ଚ୍ଚା ଯୋର ଧରିବା ପରେ କଂଗ୍ରେସ ପାର୍ଟି ତରଫରୁ କୁହାଯାଇଛି କି ଏହା ଏକ ଏକ୍ସରସାଇଜ୍ ଓ ଏହା ଦ୍ୱାରା ରାହୁଲ ଗାନ୍ଧୀଙ୍କ ଟ୍ୱିଟର ଆକାଉଣ୍ଟ ରିପ୍ରେସ କରାଯାଉଛି । ଏହାସହ ଖୁବଶୀଘ୍ର କିଛି ଲୋକଙ୍କୁ ନିର୍ବାଚିତ କରାଯିବ, ଯେଉଁମାନଙ୍କୁ କି ରାହୁଲ ଗାନ୍ଧୀ ଫଲୋ କରିବେ ।

କଂଗ୍ରେସ ଏଭଳି ସଫେଇ ଦେଉଥିଲେ ବି ବାସ୍ତବରେ ରାହୁଲ ଗାନ୍ଧୀ ତାଙ୍କର ରାଜନୈତିକ ଋଣନୀତି ପ୍ରସ୍ତୁତ ହେଉଥିବା ଅନୁମାନ କରାଯାଇଛି । କାରଣ କିଛିଦିନ ହେବ ରାହୁଲ ଟ୍ୱିଟର ମାଧ୍ୟମରେ ସରକାରଙ୍କ ଉପରେ ଆକ୍ରମଣ କରୁଛନ୍ତି । ଅନ୍ୟପଟେ ତାଙ୍କୁ ବି କିଛି ବିରୋଧୀ ଟ୍ୱିଟ ଜରିଆରେ ଟାର୍ଗେଟ୍ କରୁଛନ୍ତି । ତେଣୁ ଏହାକୁ ନଜରରେ ରଖି ରାହୁଲ ଗାନ୍ଧୀ ଏଭଳି କରିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।