ନିର୍ବାଚନ ଫଳାଫଳ ପରେ ଜନାଦେଶକୁ ସ୍ୱୀକାର କଲେ ନିରଂଜନ : କହିଲେ ବିଜେଡି ପ୍ରତି ଅସନ୍ତୁଷ୍ଟ ଓ କଂଗ୍ରେସକୁ ଭଲ ପାଉନଥିବା ଲୋକେ ବିଜେପିକୁ ଦେଲେ ଭୋଟ୍

29

କନକ ବ୍ୟୁରୋ : ପଂଚାୟତ ନିର୍ବାଚନ ଫଳାଫଳ ପରେ ଜନାଦେଶକୁ କଂଗ୍ରେସ ସ୍ୱୀକାର କରିଥିବା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ନିରଂଜନ ପଟ୍ଟନାୟକ । ତେବେ ବିଜେପିକୁ ଓଡିଶାବାସୀ ସମର୍ଥନ କରିଥିବା ଘଟଣାକୁ ଗ୍ରହଣ କରିନାହାନ୍ତି ନିରଂଜନ । ବରଂ ବିଜେଡିର ଅସନ୍ତୁଷ୍ଟ ଓ କଂଗ୍ରେସକୁ ଭଲ ପାଉନଥିବା ଲୋକେ ବିଜେପିକୁ ଭୋଟ୍ ଦେଇଛନ୍ତି । ତେଣୁ ସେମାନେ ଖୁସି ହେବା ସ୍ୱାଭାବିକ ବୋଲି ନିରଂଜନ କହିଛନ୍ତି । ଅନ୍ୟ ବିକଳ୍ପ ନଥିବାରୁ ବିଜେପିକୁ ଲୋକେ ଭୋଟ୍ ଦେଇଛନ୍ତି ବୋଲି ସେ କହିଛନ୍ତି ।

ତେବେ କଂଗ୍ରେସରେ ନେତୃତ୍ୱ ପରିବର୍ତନ ହେଲେ ଯେ ସବୁ ଠିକ୍ ହୋଇଯିବ, ଏକଥାକୁ ଗ୍ରହଣ କରିନାହାନ୍ତି ନିରଂଜନ । ବିଫଳତା ନେଇ ସମସ୍ତଙ୍କ ଦୋଷ ଥିବା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ।

ଏହା ସହ ଦେଖନ୍ତୁ ଏହି ଭିଡିଓ-