କନକ ବ୍ୟୁରୋ : ବିଧାୟକ ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ୱାଳଙ୍କ ସମର୍ଥନରେ ବାହାରିବା ପଡିଲା ମହଙ୍ଗା । କଂଗ୍ରେସ ଶୃଙ୍ଖଳା କମିଟି ବୈଠକରେ ବଡ ନିଷ୍ପତ୍ତି । ପିସିସି ସାଧାରଣ ସମ୍ପାଦକ ନାରାୟଣ ଜେନାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଶୃଙ୍ଖଳା କମିଟି ଏହି କାର୍ଯ୍ୟାନୁଷ୍ଠାନ ନେଇଛି ।

Advertisment

ମହମ୍ମଦ ମୋକିମ୍ ଓ ଚିରଞ୍ଜୀବ ବିଶ୍ୱାଳଙ୍କ ନିଲମ୍ବନ ପରେ ପ୍ରେସମିଟ୍ କରି ପିସିସି ସଭାପତିଙ୍କ ଉପରେ ବର୍ଷିଥିଲେ ନାରାୟଣ ଜେନା । କଂଗ୍ରେସ ଓ ପିସିସି ସଭାପତିଙ୍କ ବିରୋଧରେ ବିଭିନ୍ନ ଗଣମାଧ୍ୟମରେ ସେ ଖୋଲାଖୋଲି କଟୁ ମନ୍ତବ୍ୟ ଦେଇଥିଲେ । ଏଭଳି ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିବା ଶୃଙ୍ଖଳା କମିଟି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।