କଂଗ୍ରେସ ନେତା ନରସିଂହ ମିଶ୍ର କରୋନା ପଜିଟିଭ । ନିଜେ ଟ୍ୱିଟ କରି ସୂଚନା ଦେଲେ ନରସିଂହ

147

କନକ ବ୍ୟୁରୋ: କଂଗ୍ରେସ ନେତା ନରସିଂହ ମିଶ୍ର କରୋନା ପଜିଟିଭ । ନିଜେ ଟ୍ୱିଟ କରି ସୂଚନା ଦେଲେ ନରସିଂହ । ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ କରୋନା ପରୀକ୍ଷା କରିବାକୁ ମଧ୍ୟ ସେ କହିଛନ୍ତି । ତେବେ କରୋନା ପଜିଟିଭ ଆସିବା ପରେ ଏବେ ସଙ୍ଗରୋଧରେ ରହିଛନ୍ତି ନରସିଂହ ମିଶ୍ର ।

ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଛି । ଏହାରି ମଧ୍ୟରେ ଅନେକ ବିଶିଷ୍ଠ ବ୍ୟକ୍ତି ମଧ୍ୟ କରୋନାରେ ଆକ୍ରାନ୍ତ ହେଉଛନ୍ତି । ଏହାସହ କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ରାଜ୍ୟ ସରକାର ମଧ୍ୟ କଟକଣା ଜାରି କରିଛନ୍ତି । ରାଜ୍ୟରେ ସପ୍ତାହନ୍ତ ସଟଡାଉନ ଘୋଷଣା ହୋଇଥିବା ବେଳେ ନାଇଟ କର୍ଫ୍ୟୁ ଜାରି ରହିଛି ।

Comments are closed.