ସରକାରୀ ଖର୍ଚ୍ଚରେ ମନ୍ତ୍ରୀଙ୍କ ସହ ହାଇଦ୍ରାବାଦ ଯାଇଥିବା ୨ ମହିଳା ଅତିଥି କିଏ? ବିଧାନସଭାରେ ପର୍ଯ୍ୟଟନ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ, ଗୃହକୁ ୩ଟା ମୁଲତବୀ କଲେ ବାଚସ୍ପତି ।

864

କନକ ବ୍ୟୁରୋ : ପର୍ଯ୍ୟଟନ ମନ୍ତ୍ରୀଙ୍କୁ ନେଇ ବିଧାନସଭା ହୁଲୁସ୍ତୁଲ । ପର୍ୟ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀଙ୍କ ସହ ସରକାରୀ ଖର୍ଚ୍ଚରେ ହାଇଦ୍ରାବାଦ ଯାଇଥିବା ଦୁଇ ମହିଳା କିଏ ? ଗୃହରେ ଏନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ସରକାରୀ ଟଙ୍କାରେ ଦୁଇ ମହିଳାଙ୍କୁ କିଭଳି ମନ୍ତ୍ରୀ ହାଇଦ୍ରାବାଦ ଗସ୍ତରେ ନେଇଥିଲେ ସେନେଇ ଜ୍ୟୋତି ପାଣିଗ୍ରାହୀ ଜବାବ ଦିଅନ୍ତୁ ବୋଲି ବିରୋଧୀ ଦାବି କରିଛନ୍ତି ।

ଶୂନ୍ୟକାଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏନେଇ ପ୍ରଶ୍ନ ଉଠାଇଥିଲେ । ଆଉ ଏହାପରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଏନେଇ ପର୍ଯ୍ୟଟନ ମନ୍ତ୍ରୀ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଗୃହରେ ଦାବି କରିଥିଲେ । ସାଲୁଜା କହିଥିଲେ, ମହିଳାଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉପରେ କେହି କେବେ ପ୍ରଶ୍ନ ଉଠାଇନଥିଲେ କିନ୍ତୁ ପର୍ୟ୍ୟଟନ ମନ୍ତ୍ରୀ ଯାହା କଲେ ତାହା ଲଜ୍ଜ୍ୟା । ସାରଥି ବାବା ଜଣେ ଯୁବତୀଙ୍କୁ ନେଲେ ବୋଲି ଗିରଫ ହେଲେ । କିନ୍ତୁ ଏଠାରେ ଦୁଇ ଜଣ ଯାଇଥିଲେ । ୫ଟି ସରକାରରେ ବିଧାୟକଙ୍କୁ ଘର ମିଳୁନି କିନ୍ତୁ ସରକାରୀ ଟଙ୍କାରେ ଅଏସ ଆରାମ କରାଯାଉଛି । ଲୋକେ କହୁଛନ୍ତି ଗାଈ ବାଛୁରୀ ମନ୍ତ୍ରୀଙ୍କ ସହ ଯାଇଥିଲେ । ମନ୍ତ୍ରୀଙ୍କୁ ତୁରନ୍ତ ବରଖାସ୍ତ କରାଯାଉ ।

ପର୍ଯ୍ୟଟନ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିଧାନସଭାରେ ହଟ୍ଟଗୋଳ କରିଥିଲେ ବିରୋଧୀ । ଯେଉଁଥିପାଇଁ ଗୃହକୁ ପ୍ରଥମେ ୩୦ ମିନିଟ୍ ଓ ପରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି ।