ପଞ୍ଜାବରେ କିଏ ହେବ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ? ରାହୁଲ ଗାନ୍ଧୀଙ୍କୁ ଭେଟିଲେ ଚରଣଜିତ୍ ସିଂ ଚନ୍ନି ଓ ନବଜୋତ୍ ସିଂ ସିଦ୍ଧୁ

107

କନକ ବ୍ୟୁରୋ : ପଞ୍ଜାବରେ କିଏ ହେବ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ? ଏହାକୁ ନେଇ ଏବେ ବି ସସପେନ୍ସ ଜାରି ରହିଛି । କିନ୍ତୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା ପାଇଁ ଚାପ ବଢ଼ୁଥିବାରୁ ରାହୁଲ ଗାନ୍ଧୀ ପ୍ରତିକ୍ରିୟ ରଖିଛନ୍ତି । ଏକ ଜନସଭାରେ ପଞ୍ଜାବର ବର୍ତମାନର ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନି କହିଥିଲେ ଯେ ଦଳରେ ଆମ ଭିତରେ କନ୍ଦଳ ଚାଲିଛି ବୋଲି ଲୋକେ କହୁଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ସେ ନେଇ ଆଗୁଆ ଘୋଷଣା କରିବାକୁ ହେବ ।

ଏହାର ଉତରରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ଦଳର କର୍ମୀମାନେ ଏ ନେଇ ନିଷ୍ପତ୍ତି ନେବେ । ଏହି ସମାବେଶରେ ସିଦ୍ଧୁ ମଧ୍ୟ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ହେବା ପାଇଁ ଚନ୍ନି ଓ ସିଦ୍ଧୁ ଆଶାୟୀ ଅଛନ୍ତି । ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ବିବାଦ ଥିବା ମଧ୍ୟ ଚର୍ଚ୍ଚା ହେଉଛି । ତେଣୁ ଜଣଙ୍କ ନାଁ ଘୋଷଣା କଲେ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହେବାର ଆଶଙ୍କା ଥିବାରୁ ରାହୁଲ ଅତି ସତର୍କତାର ସହ ବୟାନ ଦେଇଛନ୍ତି । ଭଗବତ ମାନଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି ଆମ ଆଦମି ପାର୍ଟି ।