ବୟାନକୁ ନେଇ ବିବାଦ ଘେରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ମୁସଲିମ ଲିଗକୁ କହିଲେ ଧର୍ମନିରପେକ୍ଷ ଦଳ, ବୟାନକୁ ନିନ୍ଦା କଲା ବିଜେପି

123

କନକ ବ୍ୟୁରୋ : ଚର୍ଚ୍ଚା ସାଉଁଟୁଛି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆମେରିକା ଗସ୍ତ । ବିବାଦ ବଢାଉଛି ରାହୁଲଙ୍କ ବୟାନ । ବିଦେଶରୁ ବିଜେପିି ସରକାରଙ୍କ ଏଭଳି ଶାଣିତ ଢଙ୍ଗରେ ରାହୁଲ ଟାର୍ଗେଟ କରୁଛନ୍ତି ଯେ ବର୍ତମାନ ଏନେଇ ସମଗ୍ର ଦେଶରେ ରାଜନୈତିକ ହଲଚଲ ସୃଷ୍ଟି କରିଛି । ଏହା ଭିତରେ ମୁସଲିମ ଲିଗ ଅର୍ଥାତ ଆଇୟୁଏମଏଲକୁ ଏକ ଧର୍ମନିରପେକ୍ଷ ଦଳ କହି ବିବାଦଘେରକୁ ଆସିଛନ୍ତି ରାହୁଲ ।

କାର୍ଯ୍ୟକ୍ରମରେ ପୁଣି ଥରେ ଲୋକସଭା ସଦସ୍ୟ ପଦ ରଦ୍ଧ ପ୍ରସଙ୍ଗ ଉଠାଇ କ୍ଷୋଭ ପ୍ରକାଶ କରିଛନ୍ତି ରାହୁଲ । ପୂର୍ବରୁ ସାନଫ୍ରାନସିସ୍କେରେ ରାହୁଲ ମାନାହାନି ମାମଲା କଥା ଉଠାଇ ବିଜେପିକୁ ସମାଲୋଚନା କରିଥିଲେ ।

ୱାଶିଂଟନ ଡିସିରେ ରାହୁଲ ବିରୋଧୀ ଏକତା କଥା ଉଠାଇଛନ୍ତି । ବିରୋଧୀ ଏକତା କିଭଳି ବିଜେପି ସରକାରଙ୍କ ୨୦୨୪ ନିର୍ବାଚନରେ କଡ଼ା ମୁକାବିଲା ଦେବ ସେକଥା ଦମ୍ଭୋକ୍ତିର ସହ ପ୍ରକାଶ କରିଛନ୍ତି ରାହୁଲ ଗାନ୍ଧୀ ।

ୱାଶିଂଟନରେ ନ୍ୟାସନାଲ ପ୍ରେସ କ୍ଲବକୁ ସମ୍ବୋଧନ କରି ରାହୁଲ କହିଛନ୍ତି ଆଗାମୀ ନିର୍ବାଚନର ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ । ବିଜେପି ସରକାରଙ୍କ ହରାଇବ ସମସ୍ତ ବିରେଧୀଙ୍କ ଏକମାତ୍ର ଲକ୍ଷ୍ୟ । ଯଦି ଗଣିତ କଷା ଠିକ ରହେ ତେବେ ମୋଦୀଙ୍କ ସରକାରଙ୍କୁ ବିରୋଧୀ ହରାଇବେ ବୋଲି ବିଦେଶ ମାଟିରେ ବଡ ଦାବି କରିଛନ୍ତି ରାହୁଲ ।

ଭାରତ-ଚୀନ ମଧ୍ୟରେ ତିକ୍ତତାପୂର୍ଣ୍ଣ ସମ୍ବନ୍ଧ ସର୍ମ୍ପକିତ ଏକ ପ୍ରଶ୍ନର ଉତର ଦେଇ ରାହୁଲ କହିଛନ୍ତି ଚୀନ ଭାରତ କିଛି ସ୍ଥାନକୁ କବଜା କରିଛନ୍ତି କିନ୍ତୁ ମୋଦୀ ସରକାର ଏହାକୁ ମାନିବାକୁ ନାରାଜ । ଭାରତ-ଚୀନ ସର୍ମ୍ପକ ସୁଧାର ଆସିବା କଷ୍ଟକର ବୋଲି ରାହୁଲ କହିଛନ୍ତି ।

ବିଜେପି ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମାଲୋଚନା କରୁଥିବା ରାହୁଲ ଯୁଦ୍ଧକୁ ନେଇ ମୋଦୀ ସରକାରଙ୍କ କୁଟନୀତିକୁ ସମର୍ଥନ ଜଣାଇଛନ୍ତି । ରାହୁଲ କହିଛନ୍ତି ରୁଷ-ୟୁକ୍ରେନ ଯୁଦ୍ଧ ସମୟରେ ବିଜେପି ସରକାର ଯେଉଁ ଭାରତ ନିଷ୍ପତି, ଆଭିମୁଖ୍ୟ ଗ୍ରହଣ କରୁଛନ୍ତି ତା ଉଚିତ ଓ କଂଗ୍ରେସ ସରକାରରେ ଥିଲେ ସମାନ ଢଙ୍ଗରେ ପଦକ୍ଷେପ ନେଇଥାନ୍ତା

ରାହୁଲଙ୍କ ଆମେରିକାଗସ୍ତକୁ ୩ଦିନ ପୂରିଛି । ଏହା ଭିତରେ ବିଭିନ୍ନ କାର୍ଯ୍ୟକ୍ରମରେ ଦେଇ ବିଜେପି ସରକାର ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲଗାତାର ଟାର୍ଗେଟ କରୁଛନ୍ତି । ବିଭିନ୍ନ ପ୍ରସଙ୍ଗ ଉଠାଇ ସମାଲୋଚନା କରୁଥିବା ରାହୁଲଙ୍କ ବୟାନ କରି ନିନ୍ଦା କରିଛି ବିଜେପି ।