ଜଟଣୀ କନ୍ତିଆ ଗାଁରେ ଗୋଷ୍ଠୀ ବିବାଦ, ଦିନ ଦ୍ୱିପହରରେ ବ୍ୟବସାୟୀଙ୍କ ଉପରକୁ ବୋମାମାଡ।

143

କନକ ବ୍ୟୁରୋ: ଜଟଣୀ ଥାନା କାନ୍ତିଆରେ ବୋମାମାଡ । ଘନ ଘନ ବୋମାମାଡରେ କମ୍ପିଲା କନ୍ତିଆ ଅଞ୍ଚଳ । ଏଥିରେ ଜଣେ ଗୁରୁତର ହୋଇପଡିଛନ୍ତି । ସେ ଏବେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଜମି ବିବାଦ ଏବଂ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ବୋମାମାଡ ହୋଇଛି । ପୋଲିସ ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି । ଏଥିସହ ୩ଟି ଅଫୁଟା ବୋମା ଜବତ କରିଛି ।