ପାରିକରଙ୍କ ପାଇଁ ରାଷ୍ଟ୍ରୀୟ ଶୋକ । ଟ୍ୱିଟ୍ କରି ଶୋକପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ । 

ଆସନ୍ତା କଲି ରାଷ୍ଟ୍ରିୟ ଶୋକ ପାଳନ ପାଇଁ ଘୋଷଣା କରିଛି କେନ୍ଦ୍ର 

287
ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ୬୩ ବର୍ଷ ବୟସରେ ରବିବାର ସନ୍ଧ୍ୟାରେ ପରଲୋକ ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ପାରିକରଙ୍କ ଦେହାନ୍ତ ପୂର୍ବରୁ ସିଏମଓ କାର୍ଯ୍ୟାଳୟ ପକ୍ଷରୁ ଦେହ ଅସୁସ୍ଥ ଥିବା ନେଇ ଟ୍ୱିଟ୍ କରାଯାଇଥିଲା। ଡାକ୍ତରଙ୍କ ପ୍ରବଳ ଉଦ୍ୟମ ପରେ ମଧ୍ୟ ପାରିକର ଆରପାରିକୁ ଚାଲି ଯାଇଛନ୍ତି। ପାରିକର ବହୁ ଦିନରୁ ପାନକ୍ରିଆଟିକ କର୍କଟ ରୋଗରେ ପୀଡ଼ିତ ଥିଲେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦିର୍ଘଦିନ ମେଡିକାଲରେ ରହିବା ପରେ ଆଜି ତାଙ୍କ ଦେହାନ୍ତ ହୋଇଛି ।  ତେବେ ମନୋହର ପାରିକରଙ୍କୁ କେନ୍ଦ୍ର କ୍ୟାବିନେଟ ସୋମବାର ପୂର୍ବାହ୍ନ ୧୧ଟାରେ ଶ୍ରଦ୍ଧାଞ୍ଜଳି ଦେବ। ଏବଂ ଆସନ୍ତା କାଲି ରାଷ୍ଟ୍ରୀୟ ଶୋକ ପାଳନ ପାଇଁ ଘୋଷଣା କରିଛି କେନ୍ଦ୍ର
ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖପ୍ରକାଶ କରି କହିଛନ୍ତି, ମନୋହର ପାରିକର ଥିଲେ ଅଧୁନିକ ଗୋଆର ପ୍ରତିଷ୍ଠାତା । ପାରିକରଙ୍କ ନେତୃତ୍ୱରେ ଗୋଆର ସର୍ବାଙ୍ଗୀନ ବିକାଶ ହୋଇ ପାରିଛି ବୋଲି ମୋଦି ଟ୍ୱିଟ୍ କରି କହିଛନ୍ତି । ତାଙ୍କ ଭଳି ନେତା ଦେଶରେ ବିରଳ। ତାଙ୍କୁ ଦେଶ କେବେ ଭୁଲି ପାରିବ ନାହିଁ ବୋଲି ମୋଦି କହିଛନ୍ତି।

ପୂର୍ବତନ ରକ୍ଷାମନ୍ତ୍ରୀ ମନୋହର ପାରିକରଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଜଂନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ଶୋକ ଜଣାଇଛନ୍ତି।
ବଲିଉଡ ଗାୟିକା ଲାତ ମଙ୍ଗେସକରଙ୍କ ସମେତ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୋକ ଜଣାଇଛନ୍ତି। ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଶୋକ ଜଣାଇଛନ୍ତି।