ଧବଳେଶ୍ୱର ଝୁଲା ପୋଲକୁ ନେଇ ଚିନ୍ତା । ପୋଲରେ ସୃଷ୍ଟି ହୋଇଛି ଏକାଧିକ ବଡଗର୍ତ୍ତ ।

ଧବଳେଶ୍ୱର ଝୁଲା ପୋଲକୁ ନେଇ ଚିନ୍ତା । ପୋଲରେ ସୃଷ୍ଟି ହୋଇଛି ଏକାଧିକ ବଡଗର୍ତ୍ତ ।

କନକ ବ୍ୟୁରୋ: ଗୁଜରାଟରେ ବଡ଼ ଦୁର୍ଘଟଣା ପରେ ବଢିଲା ଚିନ୍ତା । ସବୁ ଝୁଲାପୋଲ ଗୁଡିକର ସୁରକ୍ଷା ନେଇ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଜିନ୍ତା ବଢିଛି । ଏହି କ୍ରମରେ ଧବଳେଶ୍ୱର ଝୁଲାପୋଲକୁ ନେଇ ମଧ୍ୟ ଚିନ୍ତା ବଢିଛି ।

ଗୁଜୁରାଟ ଅଘଟଣ ପରେ କମିଲା ଧବଳେଶ୍ୱର ଝୁଲାପୋଲର କ୍ଷମତା । କୋଲକାତା ବିଶେଷଜ୍ଞ ଟିମ୍ର ଯାଂଚ ପରେ କ୍ଷମତା କମାଇଲା ଜିଲ୍ଲା ପ୍ରଶାସନ । ଏବେ ଏହି ଝୁଲା ପୋଲରେ ଏକକାଳୀନ ୨୦୦ ଶ୍ରଦ୍ଧାଳୁ ଯିବା ଆସିବା କରିପାରିବେ । ଦର୍ଶନ ପାଇଁ କେବଳ ବଡ଼ଓଷା ବ୍ରତଧାରୀମାନେ ଆସିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ସାଧାରଣ ଭକ୍ତ ନଆସିବା ପାଇଁ ନିବେଦନ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe