ଗାଜିଆବାଦ ଭିଡିଓ ମାମଲା । ସ୍ୱରା ଭାସ୍କର ଓ ଟ୍ୱିଟ୍ ଇଣ୍ଡିଆ ଅଧିକାରୀଙ୍କ ବିରୋଧରେ ଅଭିଯୋଗ

114

କନକ ବ୍ୟୁରୋ : ଗାଜିଆବାଦର ଏକ ବିବାଦୀୟ ଭିଡିଓ ଟ୍ୱିଟ କରିଥିବା ଅଭିଯୋଗରେ ଚଳଚିତ୍ର ଅଭିନେତ୍ରୀ ସ୍ୱରା ଭାସ୍କର, ସାମ୍ବାଦିକ ଆରଫା ଖାନମ ସେରବାନୀ, ଆସିଫ୍ ଖାନ ଓ ଟ୍ୱିଟର ଇଣ୍ଡିଆର ଅଧିକାରୀ ମନୀଷ ମାହେଶ୍ୱରୀଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଛି । ଓଳିଲ ଅମିତ ଆଚାର୍ଯ୍ୟ ଦିଲ୍ଲୀର ତିଲକ ମାର୍ଗ ଥାନାରେ ଅଭିଯୋଗ ଦାଖଲ କରିଛନ୍ତି । ଏନେଇ ଏଫଆଇଆର ଗ୍ରହଣ ହୋଇନଥିବା ବେଳେ ଦିଲ୍ଲୀ ପୋଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି  ।
ଏହାପୂର୍ବରୁ ଉତ୍ତରପ୍ରଦେଶ ପୋଲିସ ସୋସିଆଲ ମିଡିଆରେ ଏକ ଭିଡିଓ ପ୍ରଚାର ଅଭିଯୋଗରେ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର,ଏକ ସମାଚାର ପୋର୍ଟାଲ ୬ ଜଣ ଲୋକଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଏହି ଭିଡିଓରେ ଜଣେ ବୟସ୍କ ମୁସଲିମ ଗାଜିଆବାଦର କିିଛି ଲୋକ ତାଙ୍କ ଉପରେ ଆକ୍ରମଣ କରିଥିବା ନେଇ କିଛି କହୁଥିବା ଦେଖିବାକୁ ମଳିଥିଲା । ପୋଲିସ କହିଛି କି, ସାଂପ୍ରଦାୟିକ ହିଂସାକୁ ଉସକାଇବାକୁ ଏଭଳି ଭିଡିଓ ଭାଇରାଲ କରାଯାଇଛି । ଗାଜିଆବାଦର ଲୀନ ସୀମା ଥାନାରେ ଏକ ସ୍ଥାନୀୟ ପୋଲିସକର୍ମୀ ଅଭିଯୋଗ ଦାଖଲ କରିଥିଲେ ।

ଏହି ଅଭିଯୋଗ ଆଧାରରେ ପୋଲିସ ମଙ୍ଗଳବାର ରାତି ୧୧.୩୦ ରେ ପ୍ରାଥମିକ ଅଭିଯୋଗ ଗ୍ରହଣ କରିଥିଲା । ଏଥିରେ ଅଭିଯୋଗ କରାଯାଇଥିଲା କି ଏଭଳି ଭିଡିଓ ସାଂପ୍ରଦାୟିକ ହିଂସା ଉସକାଇବା ଉର୍ଦ୍ଦେଶ୍ୟରେ ପ୍ରଚାର କରାଯାଇଥିଲା । ଏଭଳି ଭିଡିଓ ପ୍ରଶାରିତ ହେବାକୁ ଅନୁମତି ଦେଇଥିବା ଅପରାଧରେ ଟ୍ୱିଟର ଇଙ୍କ୍,ଟ୍ୱିଟର କମ୍ୟୁନିକେସନ ଇଣ୍ଡିଆ,ସମାଚାର ୱେବସାଇଟ୍ ‘ଦି ବାୟର’, ପତ୍ରକାର ମହମ୍ମଦ ଜୁବେର ଓ ରାଣା ଆୟୁବ, କଂଗ୍ରେସ ନେତା ସଲମାନ ନୀଜାମୀ, ମସକ୍ୟୁ ଓସ୍ମାନୀ, ଡ.ଶାମା ମହମ୍ମଦ ଓ ଲେଖିକା ସବା ନକବୀଙ୍କ ବିରୋଧରେ ପ୍ରାଥମିକ ଅଭିଯୋଗ ଦାଖଲ ହୋଇଛି । ପ୍ରାଥମିକ ତଦନ୍ତ ପରେ କୁହାଯାଇଛି କି, ଏହି ଲୋକମାନେ ଭିଡିଓରେ ସଠିକ୍ ତଥ୍ୟ ନଦେଇ ସର୍ବ ସାଧାରଣ ଭିତରେ ଧାର୍ମିକ ସମୁହ ମଧ୍ୟରେ ବିଭାଜନ କରିବା ଉର୍ଦ୍ଦେଶ୍ୟରେ ପବ୍ଲିସ କରାଯାଇଥିଲା ।