ଭଦ୍ରକ ହିଂସା ଘଟଣାରେ କ୍ଷତିଗ୍ରସ୍ତଙ୍କୁ ସହାୟତା ଘୋଷଣା କଲେ ରାଜ୍ୟ ସରକାର ! ପ୍ରଥମ ଦଫାରେ ୪୪୩ ଜଣଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ

26

କନକ ବ୍ୟୁରୋ : ଭଦ୍ରକ ହିଂସାରେ କ୍ଷତିଗ୍ରସ୍ତଙ୍କୁ ମିଳିବ କ୍ଷତିପୂରଣ । କ୍ଷତିପୂରଣ ଦେବାକୁ ଘୋଷଣା କଲେ ରାଜ୍ୟ ସରକାର । ପ୍ରଥମ ପର୍ଯ୍ୟାୟରେ ୪୪୩ ଜଣଙ୍କୁ କ୍ଷତିପୂରଣ ଦେବାକୁ ଘୋଷଣା କରାଯାଇଛି । କ୍ଷତିଗ୍ରସ୍ତକୁ ସର୍ବାଧିକ ୨ଲକ୍ଷ ଓ ସର୍ବନିମ୍ନ ୧୫ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ତୁରନ୍ତ କ୍ଷତି ପୂରଣ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଂସା ଅଂଚଳ ଗସ୍ତ କରିବା ପରେ ଜିଳ୍ଲା ପ୍ରଶାସନକୁ କ୍ଷତିର ଆକଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଶୁକ୍ରବାର ଦିନ ଏନେଇ ଆରଡିସିଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ ଜିଲ୍ଲାପାଳ । ଏହି ହିଂସାରେ ୯କୋଟି ଟଙ୍କାର କ୍ଷତି ହୋଇଛି ବୋଲି ଜିଲ୍ଲାପାଳ ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ ।