ହନିଟ୍ରାପ୍ ମାମଲାରେ ମୁହଁ ଖୋଲିଲା କମିସନରେଟ୍ ପୁଲିସ: ଯାଞ୍ଚ ପାଇଁ ଫରେନସିକ୍ ଲ୍ୟାବକୁ ପଠାଯାଇଛି ମୋବାଇଲ ଓ ଲାପଟପ

ହନିଟ୍ରାପ୍ ମାମଲାରେ ମୁହଁ ଖୋଲିଲା କମିସନରେଟ୍ ପୁଲିସ: ଯାଞ୍ଚ ପାଇଁ ଫରେନସିକ୍ ଲ୍ୟାବକୁ ପଠାଯାଇଛି ମୋବାଇଲ ଓ ଲାପଟପ

କନକ ବ୍ୟୁରୋ: ପୋଲିସ୍ ଖୋଲିଲା ଅର୍ଚ୍ଚନା ନାଗଫାଶର ଗୁମର । ଗିରଫଦାରୀର ୩ ଦିନ ପରେ ଅର୍ଥାତ ବିଳମ୍ବରେ ହେଲେ ବି ପ୍ରତିକ୍ରିୟା ରଖିଛି ପୋଲିସ୍ । ଅଭିଯୁକ୍ତ ଅର୍ଚ୍ଚନା ନାଗ ନାଁରେ ଥିବା ସଙ୍ଗୀନ ଅଭିଯୋଗ ଗୁଡ଼ିକୁ ଗୋଟି ଗୋଟି କହିଛନ୍ତି ଭୁବନେଶ୍ୱର ଡିସିପି । ଅର୍ଚ୍ଚନା କିଭଳି ରାଣୀ ମହୁମାଛି ସାଜି ଯୁବତୀମାନଙ୍କୁ ହନିଟ୍ରାପରେ ବ୍ୟବହାର କରି ବ୍ଲାକମେଲ କରୁଥିଲେ, ସେ ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ ଯୁବତୀ । ଆଉ ଯୁବତୀଙ୍କ ଅଭିଯୋଗ ପରେ ବେଆଇନ ମଣିଷ ଚାଲାଣ ଦଫା ଲଗାଇ ଅର୍ଚ୍ଚନାଙ୍କୁ ବାନ୍ଧି ଜେଲ ପଠାଇଥିଲା ପୋଲିସ୍ ।

ଗିରଫଦାରୀ ପରେ ଅର୍ଚ୍ଚନାଙ୍କ ଘରୁ ମିଳଛି ୪ଟି ମୋବାଇଲ ଫୋନ, ୨ଟି ଟାବଲେଟ ଫୋନ, ଲାପଟପ୍, ପେନ ଡ୍ରାଇଭ୍ । ସନ୍ଦେହ ବଢ଼ାଉଥିବା ଏସବୁ ଇଲେକଟ୍ରୋନିକ୍ସ ସାମଗ୍ରୀରେ ବହୁ ତଥ୍ୟ ଲୁଚି ରହିଥିବା ସନ୍ଦେହ କରୁଛି ପୋଲିସ୍ । ଏପରିକି ଏକାଧିକ ଲୋକଙ୍କ ହନିଟ୍ରାପର ଭିଡିଓର ତାଲିକା କରି ସେମାନଙ୍କୁ ବ୍ଲାକମେଲିଂ କରୁଥିବା ସନ୍ଦେହ କରୁଛି ପୋଲିସ୍ । ଏସବୁର ଯାଂଚ ପାଇଁ ଷ୍ଟେଟ ଫରେନ୍ସିକ ଲ୍ୟାବକୁ ପଠାଯାଇଛି । ଏଥିସହିତ ବ୍ୟାଙ୍କ ଟ୍ରାଂଜାକସନ ଓ ଫିକ୍ସ ଡିପୋଜିଟ ବିଷୟରେ ତଥ୍ୟ ପାଇଁ ଆରବିଆଇ ସହ ଯୋଗାଯୋଗ କରାଯାଉଛି । ଅର୍ଚ୍ଚନାଙ୍କ ନାଁରେ ଯେଉଁ ଦୁଇ କମ୍ପାନୀ ଥିବା କଥା କୁହାଯାଉଛି, ତାର ମଧ୍ୟ ତଦନ୍ତ ଚାଲିଛିି । ଏବଂ ଅର୍ଚ୍ଚନାଙ୍କ ଜମିବାଡ଼ିର ହିସାବ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିବା ଡିସିପି କହିଛନ୍ତି ।

ଅର୍ଚ୍ଚନାଙ୍କ ବ୍ଲାକମେଲ ଷଡଯନ୍ତ୍ରରେ ତାଙ୍କ ସହ ଆଉ କେହି ଅଛନ୍ତି କି ନାହିଁ, ତାର ଉପରେ ଖୋଳତାଡ଼ କରୁଛି ପୋଲିସ୍ । ସେପଟେ ଅଚ୍ଚର୍ନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ମଧ୍ୟ ପୋଲିସ ଜେରା ପାଇଁ ନୋଟିସ କରିଛି । ତେବେ ଜଗବନ୍ଧୁଙ୍କ ଶରୀର ଅସୁସ୍ଥ ଥିବାରୁ ଏପର୍ଯ୍ୟନ୍ତ ତାଙ୍କୁ ଜେରା କରାଯାଇପାରିନାହିଁ ।
ଏସବୁ ଭିତରେ ଅର୍ଚ୍ଚନାଙ୍କ ବିଳସମୟ ଜୀବନ ଓ ସୌକର ଆଉ କିଛି ପ୍ରମାଣ ସାମ୍ନାକୁ ଆସିଛି । ଅର୍ଚ୍ଚନା ଘରେ ରଖିଥିଲେ ଗୋଟିଏ ପରେ ଗୋଟିଏ ବିଦେଶୀ କୁକୁର । ହସ୍କି, ସେ ବର୍ଣ୍ଣର୍ାଡ, ଗୋଲଡେନ୍ ରିଟ୍ରେଭର ପରି କୁକୁରର ଦାମ୍ ୪ ଲକ୍ଷ ଟଙ୍କା । ଏହାସହ ଦାମୀ ଶୁଆ ଓ ମକାଉ ମଧ୍ୟ ନିଜ ବିଳାସମୟ ମହଲରେ ରଖିଥିଲେ ବ୍ଲାକମେଲର ଅର୍ଚ୍ଚନା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe