ବିବାଦୀୟ ପୋଷ୍ଟକୁ ନେଇ ମୁହଁ ଖୋଲିଲେ ହାସ୍ୟ ଅଭିନେତା ବାଳକୃଷ୍ଣ, କହିଲେ ମାଟି ହୋଇଗଲା ଜୀବନ, ଆଉ କାହା ସହ ନଘଟୁ ଏଭଳି ଘଟଣା ।

32

କନକ ବ୍ୟୁରୋ : ସୋସିଆଲ ମିଡ଼ିଆରେ ପ୍ରେମର ଗୁମର ଖୋଲି, ବିବାଦକୁ ନିମନ୍ତ୍ରଣ କରିଥିବା ଛୋଟ ପରଦାରର ଜଣାଶୁଣା ହାସ୍ୟ ଅଭିନେତା ବାଳକୃଷ୍ଣ, ନିଜ ଫେସବୁକ୍ ପୋଷ୍ଟ ନେଇ ଲମ୍ବା ଚୌଡା ସଫେଇ ଦେଇଛନ୍ତି । ଫେସବୁକ୍ ପୋଷ୍ଟକୁ ନେଇ ବାଳକୃଷ୍ଣ ନିଜ ସଫେଇରେ କହିଛନ୍ତି- ସେ ଯେଉଁ ପ୍ରତାରଣାର ଶିକାର ହୋଇଛନ୍ତି, ଅନ୍ୟ କେହି ସେଭଳି ନପାଆନ୍ତୁ । ଛୋଟ ପରଦାରୁ ବଡ ପରଦା ଯାଏଁ ନିଜ ଅଭିନୟ ଦକ୍ଷତା ବଳରେ କମେଡିଆନ୍ ବାଳକୃଷ୍ଣ ଯେତିକିି ଲୋକପ୍ରିୟ ହୋଇନଥିଲେ, ତାଠୁ ଅଧିକ ବିବାଦୀୟ ହୋଇପଡ଼ିଛନ୍ତି ମୋବାଇଲରୁ ମୋବାଇଲ ସୋସିଆଲ ମିଡିଆ ଜରିଆରେ ଘୁରି ବୁଲୁଥିବା କେତେକ ଅଶ୍ଳୀଳ ଫଟୋକୁ ନେଇ ।

ପ୍ରେମରୁ ପ୍ରତାରଣାର କାହାଣୀ କହି-ଜଣେ ଯୁବତୀଙ୍କ ସହ ବିତାଇଥିବା କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ପୋଷ୍ଟକରି ଖୋଦ୍ ନିଜେ ଏକ ବଡ ବିବାଦକୁ ନିମନ୍ତ୍ରଣ ଦେଇଛନ୍ତି । ହେଲେ ସଫେଇରେ କହିଛନ୍ତି- ତାଙ୍କ ଭଳି ଆଉ କେହି ଏଭଳି ପ୍ରତାରଣାର ଶିକାର ନହୁଅନ୍ତୁ । ଯେଉଁ ଝିଅଙ୍କ ସଂପର୍କରେ ଏହି ପୋଷ୍ଟଟି କରିଛନ୍ତି ଏହି ଅଭିନେତା, ତାଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ ବୋଲି ନିଜେ ସ୍ୱୀକାର କରିଛନ୍ତି । ଆଉ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସହ ସଂପର୍କରେ ଥିଲେ ସୁଦ୍ଧା ସେ ଅନ୍ୟ ପିଲାଙ୍କ ସହ ଅନୈତିକ ସଂପର୍କ ରଖୁଛନ୍ତି ।

ବଡ କଥା ହେଉଛି- ଯେଉଁ ଯୁବତୀଙ୍କୁ ସେ ପ୍ରେମ କରୁଥିଲେ ତାଙ୍କୁ ବଦନାମ କରିବା ପାଇଁ ଆଗେଇ ଆସିଲେ କେମିତି ?

-ଯୁବତୀ ଜଣକ ତାଙ୍କ ଇଜ୍ଜତକୁ ତଳେ ପକାଇ ଦେଇଛନ୍ତି ବୋଲି ଦାବି କରୁଥିବା ବାଳକୃଷ୍ଣ ଯୁବତୀଙ୍କ ପ୍ରତି ଠିକ୍ ସେଇଆ କରି ନାହାଁନ୍ତି କି ?

– ଜଣେ ଯୁବତୀଙ୍କ ସଂପର୍କରେ ଏଭଳି ପୋଷ୍ଟ କରିବା ପୂର୍ବରୁ ନିଜ କ୍ୟାରିୟର କଥା ଚିନ୍ତା କରିଥିଲେ କି ଏହି ହାସ୍ୟ ଅଭିନେତା ?

ଏଭଳି ଏନେକ ପ୍ରଶ୍ନ ଏବେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବିବାଦ ଘେରରେ ଛନ୍ଦି ହୋଇପଡିଛନ୍ତି ହାସ୍ୟ ଅଭିନେତା ବାଳକୃଷ୍ଣ ।